fbpx

କୋଟି-କୋଟି ଟଙ୍କାର ମାଲିକ ହେଉଛନ୍ତି ଧନୁଷ ଓ ଐଶ୍ୱର୍ଯ୍ୟା, ଜାଣନ୍ତୁ ସୁପରଷ୍ଟାରଙ୍କ ନେଟୱର୍ଥ କେତେ?

ନୂଆଦିଲ୍ଲୀ: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ସୁପରଷ୍ଟାର ଧନୁଷଙ୍କୁ ପରିଚୟ କରାଇବାର କୌଣସି ଆବଶ୍ୟକ ନାହିଁ । ତାଙ୍କ ନାମ ହିଁ ଯଥେଷ୍ଟ । ସୁପରଷ୍ଟାର୍ ରଜନୀକାନ୍ତଙ୍କ ଜ୍ୱାଇଁ ସମେତ ତାଙ୍କ ନିଜସ୍ୱ ପରିଚୟ ରହିଛି । ବର୍ତ୍ତମାନ ସେ ନିଜ ପତ୍ନୀ ଏଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ଠାରୁ ବିବାହ ବିଚ୍ଛେଦ ନେଇ ଘୋଷଣା କରିଛନ୍ତି । ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ଚର୍ଚ୍ଚିିତ ଯୋଡ଼ି ଦୀର୍ଘ ୧୮ ବର୍ଷ ପରେ ବିବାହ ବିଚ୍ଛେଦ ଘୋଷଣା କରିଛନ୍ତି । ତାହେଲେ ଚାଲନ୍ତୁ ଜାଣିବା ଏହି ଲୋକପ୍ରିୟ ଯୋଡ଼ିଙ୍କର ନେଟୱର୍ଥ କେତେ ?

ଯଦି କେବଳ ଧନୁଷଙ୍କ କଥା କହିବା ତେବେ ସେ ନିଜର ପ୍ରତିଭା ବଳରେ କୋଟି କୋଟି ଟଙ୍କା ମାଲିକ ରହିଛନ୍ତି । ୨୦୨୦ରେ ଧନୁଷ ୧୪୫ କୋଟି ଟଙ୍କା ରୋଜଗାର କରିଥିଲେ । ଏକ ରିପୋର୍ଟରେ ପ୍ରକାଶ ପାଇଛି ଯେ, ଗତବର୍ଷ ଧନୁଷଙ୍କ ରୋଜଗାର ୨୦ ମିଲିୟନ୍ ଡଲାର୍ ଅର୍ଥାତ୍ ୧୪୨ କୋଟି ଟଙ୍କା ରହିଥିଲା । ତାଙ୍କର ନେଟୱର୍ଥ ୧୬୦ କୋଟି ଟଙ୍କା ।

ଧନୁଷଙ୍କ ଲୋକପ୍ରିୟତା ବଢ଼ିବା ସହିତ ସେ ଗୋଟିଏ ଫିଲ୍ମ ସାଇନ୍ କରିବାକୁ କୋଟି କୋଟି ଟଙ୍କା ଡିମାଣ୍ଡ କରନ୍ତି । ସେ ଗୋଟିଏ ଫିଲ୍ମ ପାଇଁ ୭ରୁ ୮ କୋଟି ଟଙ୍କା ଚାର୍ଜ କରନ୍ତି । ଏହା ବ୍ୟତୀତ ବିଜ୍ଞାପନରୁ ମଧ୍ୟ ରୋଜଗାର କରନ୍ତି ଧନୁଷ । ସେ ଚେନ୍ନାଇରେ ଏକ ଆଲିଶାନ୍ ଘରେ ରୁହନ୍ତି । ଏହାର ଦାମ୍ ୨୦ରୁ ୨୫ କୋଟି ହୋଇଥିବା ଜଣାପଡ଼ିଛି । ଏବେପର୍ଯ୍ୟନ୍ତ ଧନୁଷ ନିଜ ପୁଅ ଓ ପତ୍ନୀଙ୍କ ସହିତ ଏହି ବଙ୍ଗଳାରେ ରୁହନ୍ତି । ଏହା ଛଡ଼ା ଧନୁଷ ଜଣେ ଡାକ୍ତର ମଧ୍ୟ ।

ଧନୁଷଙ୍କ ବ୍ୟତୀତ ପତ୍ନୀ ଐଶ୍ୱର୍ଯ୍ୟାରେ ପେସାରେ ଜରେ ଗାୟିକା । ବର୍ଷରୁ ସେ ନିଜ ପେସାରୁ ୩୫ କୋଟି ଟଙ୍କା ଆୟ କରନ୍ତି । ଦୁହେଁ ମିଶି ବର୍ଷରେ ୧୪୫ କୋଟିରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଧନୁଷ ଅଭିନୟ ସମେତ ନିର୍ଦ୍ଦେଶନା, ପ୍ଲେବ୍ୟାକ୍ ସିଙ୍ଗର୍ ଓ ପ୍ରଡ୍ୟୁସର୍ ଭାବରେ ମଧ୍ୟ କାମ କରନ୍ତି ।

Get real time updates directly on you device, subscribe now.