fbpx

ନିର୍ବାଚନ ଅଧିକାରୀଙ୍କ ପାଇଁ ବଡ଼ ଘୋଷଣା; ବଢ଼ିଲା ଅନୁକମ୍ପା ରାଶି, ଜାଣନ୍ତୁ କେତେ ଲକ୍ଷ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନିର୍ବାଚନରେ ନିୟୋଜିତ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା ହୋଇଛି । ପଞ୍ଚାୟତ ନିର୍ବାଚନରେ ନିୟୋଜିତ କର୍ମଚାରୀଙ୍କ ପାଇଁ ଏସଇସିଙ୍କ ପକ୍ଷରୁ ଆର୍ଥିକ ସହାୟତା ଘୋଷଣା ହୋଇଛି । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରୀ କର୍ମଚାରୀଙ୍କୁ ଆର୍ଥିକ ସହାୟତା ମିଳିବ । ପୂର୍ବରୁ ଥିବା ମୃତ୍ୟୁ ଜନିତ ଅନୁକମ୍ପା ରାଶିକୁ ବଢ଼ାଇଛନ୍ତି ଏସଇସି । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ସରକାରୀଙ୍କ ଅଧିକାରୀଙ୍କ ପରିବାରକୁ ୩୦ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇଦିଆଯିବ । ହିଂସା, ଅସାମାଜିକଙ୍କ ଆକ୍ରମଣ ଓ ବୋମା ବିସ୍ଫୋରଣ ମୃତ୍ୟୁ ପାଇଁ ଏହି ଅନୁକମ୍ପା ରାଶି ଯୋଗାଇଦିଆଯିବ ।

ଏହା ସହ ଡ୍ୟୁଟିରେ ଥାଇ ଅନ୍ୟ କାରଣରୁ ମୃତ୍ୟୁ ହେଲେ ୧୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଯୋଗାଇ ଦିଆଯିବ । ହିଂସାରେ ଆଖି ସମ୍ପୂର୍ଣ୍ଣ ନଷ୍ଟ ହେଲେ ୭.୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ମିଳିବ । ଶରୀରର କୌଣସି ଅଙ୍ଗ ଅର୍କମଣ୍ୟ ହେଲେ ୭.୫ ଲକ୍ଷ ଟଙ୍କା ମିଳିବ । ଗୁରତ୍ର ଆହତ ହେଲେ ସର୍ବାଧିକ ୨ ଲକ୍ଷ ଟଙ୍କା ଯାଏଁ ସହାୟତା ମିଳିବ । କରୋନା ଆକ୍ରାନ୍ତ ହୋଇ ମୃତ୍ୟୁ ହେଲେ ୩୦ ଲକ୍ଷ ଟଙ୍କା ମିଳିବ । ଡ୍ୟୁଟି ସମୟରେ କୋଭିଡ ଆକ୍ରାନ୍ତ ହେଲେ ସମ୍ପୂର୍ଣ୍ଣ ମାଗଣା ଚିକିତ୍ସା ଯୋଗାଇଦିଆଯିବ । ନିର୍ବାଚନ ପ୍ରକ୍ରିୟାରେ ନିୟୋଜିତ ଡ୍ରାଇଭର ଓ ହେଲପର ବି ସହାୟତା ପାଇବେ । ଏ ସମ୍ପର୍କରେ କାଗଜପତ୍ର ଓ ପ୍ରମାଣ ତ୍ୱରିତ ଭାବେ ଯୋଗାଇବାକୁ କମିସନ ନିର୍ଦ୍ଦେଶ ଦେଇଛନ୍ତି । କାଗଜପତ୍ର ଯୋଗାଣରେ ବିଳମ୍ବ ପାଇଁ ଉପରିସ୍ଥ ଅଧିକାରୀଙ୍କୁ କଠୋର ଦଣ୍ଡ ହେବ ।

Get real time updates directly on you device, subscribe now.