fbpx

ପଞ୍ଜାବର ଯୁବକଙ୍କୁ ଭଗବନ୍ତ ମାନଙ୍କ ଉପହାର: ୨୫ ହଜାର ପଦରେ ଦେବେ ନିଯୁକ୍ତି, ପ୍ରଥମ କ୍ୟାବିନେଟ ବୈଠକରେ ମଞ୍ଜୁରୀ

ପଞ୍ଜାବରେ ମନ୍ତ୍ରୀମଣ୍ଡଳ ବିସ୍ତାର ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ନିଜ ପ୍ରଥମ କ୍ୟାବିନେଟ୍ ବୈଠକରେ ବଡ଼ ନିଷ୍ପତ୍ତି ନେଇଛନ୍ତି । ପଞ୍ଜାବର ସରକାରୀ ବିଭାରେ ଖାଲି ଥିବା ୨୫ ହଜାର ପଦବୀ ନିଯୁକ୍ତି ଦେବା ନେଇ ଘୋଷଣା କରିଛନ୍ତି । ଏଥିରେ ପୋଲିସ୍ ବିଭାଗ ପାଇଁ ୧୦ ହଜାର ପଦ ରହିଛି, ଯେତେବେଳେକି ୧୫ ହଜାର ଅନ୍ୟ ବିଭାଗ ପାଇଁ ରହିଛି । ଏକ ମାସ ମଧ୍ୟରେ ଖାଲି ପଦରେ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହେବ ।

ଭଗବନ୍ତ ମାନ୍ ନିଜ ମନ୍ତ୍ରୀମଣ୍ଡଳର ଗଠନ କରିଛନ୍ତି । ଭଗୱନ୍ତ ମାନ ଏକ ଟ୍ୱିଟ କରି ମନ୍ତ୍ରୀମାନଙ୍କ ନାମ ଘୋଷଣା କରିଥିଲେ । ପ୍ରଥମ ଥର ମୁଖ୍ୟମନ୍ତ୍ରୀ ହୋଇଥିବା ଭଗୱନ୍ତ ମାନ୍ ନୂଆ ମନ୍ତ୍ରୀ ମଣ୍ଡଳରେ ସବୁବର୍ଗକୁ ସନ୍ତୁଷ୍ଟ କରିବା ପାଇଁ ଚେଷ୍ଟା କରିଛନ୍ତି ।

ସୂଚନାଯୋଗ୍ୟ, ପଞ୍ଜାବ ବିଧାନସଭା ନିର୍ବାଚନରେ ବହୁମତ ହାସଲ କରି ଆପ୍ ସରକାର ଗଠନ କରିଛି । ମୁଖ୍ୟମନ୍ତ୍ରୀ ଭାବରେ ଆପ୍ ର ଭଗୱନ୍ତ ମାନ ଶପଥଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.