fbpx

ୟୁକ୍ରେନ ଉପରେ ପଡିଲା ଘାତକ ମିସାଇଲ: ହିରୋସିମାରେ ପଡିଥିବା ପରମାଣୁ ବୋମାଠାରୁ ବି ଅଧିକ ଭୟଙ୍କର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ମଧ୍ୟରେ ଯୁଦ୍ଧ ଯେତିକି ଦିନ ବଢୁଛି ସେତିକି ଗମ୍ଭୀର ହେଉଛି ପରିସ୍ଥିତି । ଏହାରି ମଧ୍ୟରେ ୟୁକ୍ରେନ ଉପରେ ଫିଞ୍ଜଲ ମିସାଇଲ ପକାଇବା ନେଇ ଦାବି କରିଛି ଋଷ । ପଶ୍ଚିମ ୟୁକ୍ରେନରେ ଥିବା ଅସ୍ତ୍ରଶସ୍ତ୍ରକୁ ନଷ୍ଟ କରିବା ପାଇଁ ଏଭଳି ଏକ ପଦକ୍ଷେପ ନିଆଯାଇଥିବା ଋଷ ସେନା କହିଛି । ତେବେ ଏହି ମିସାଇଲ ଖୁବ ଘାତକ ବୋଲି ଅନୁମାନ କରାଯାଉଛି ।

ହିରୋସିମା ଉପରେ ପଡିଥିବା ଫ୍ୟାଟମ୍ୟାନ ବୋମା ଅପେକ୍ଷା ଫିଞ୍ଜଲ କ୍ଷେପଣାସ୍ତ୍ର ୩୩ ଗୁଣ ଅଧିକ ଆଣବିକ ଭାର ଧାରଣ କରିପାରିବ । ଏହି ପରମାଣୁ ବୋମାର ପରୀକ୍ଷା ଚାଲିଥିବା ବେଳେ ଏହାର ଭୟଙ୍କରତା ଉପରେ ଜଣା ପଡିଥିଲା । ତେଣୁ ୟୁକ୍ରେନ ଉପରେ ବିଜୟଲାଭ କରିବା ପାଇଁ ଋଷ ଏହି ମିସାଇଲର ବ୍ୟବହାର କରିଛି । ତେବେ ଆସନ୍ତୁ ଜାଣିବା କ’ଣ ଏହି ଫିଞ୍ଜଲ ମିସାଇଲ ଏବଂ କେତେ ଘାତକ ଏହାର ପ୍ରଭାବ ।

୧- ଫିଞ୍ଜଲ ମିସାଇଲ ବାୟୁରେ ଲଞ୍ଚ ହେଉଥିବା ଏକ ହାଇପରସୋନିକ ମିସାଇଲ । ଏହାର ରେଞ୍ଜ ୧୫୦୦ରୁ ୨୦୦୦ କିଲୋମିଟର ବୋଲି କୁହାଯାଇଛି । ଏହା ୪୮୦ କିଲୋଗ୍ରାମ ପରମାଣୁ ଭାର ଧାରଣ କରିପାରେ ବୋଲି ଦାବି ହୋଇଛି । ଯାହା ହିରୋସିମା ସହର ଉପରେ ପଡିତିବା ମିସାଇଲର ୩୩ ଗୁଣ ଅଧିକ ଭୟଙ୍କର ।

୨- ଲଞ୍ଚ ହେବା ପରେ ଫିଞ୍ଜଲ ୪୯୦୦ କିଲୋମିଟର ପ୍ରତି ଘଣ୍ଟା ବେଗରେ ଗତି କରିପାରେ । ଏହା ସହିତ ବେଗ ଆହୁରି ବଢି ୧୨,୩୫୦ କିଲୋମିଟର ପ୍ରତି ଘଣ୍ଟା ପର୍ଯ୍ୟନ୍ତ ପହଞ୍ଚିପାରେ ।

୩- ଆକ୍ରମଣ କ୍ଷେତ୍ରରେ ଖୁବ ଘାତକ ହୋଇଥାଏ ଏହି ମିସାଇଲ ଫିଞ୍ଜଲ । ଜୋରଦାର ଆକ୍ରମଣ କରିପାରେ ଏହି ମିସାଇଲ ।

୪-ଏହି ଅସ୍ତ୍ରକୁ ଆଦର୍ଶ ବୋଲି କହିଥାନ୍ତି ଋଷ ରାଷ୍ଟ୍ରପତି ପୁତିନ । ଶବ୍ଦରେ ମଧ୍ୟ ଏହା ୧୦ ଗୁଣ ଅଧିକ ତୀକ୍ଷ୍ଣ ଭାବରେ ଉଡିବା ସହିତ ଏୟର ଡିଫେନ୍ସ ସିଷ୍ଟମ ଅତିକ୍ରମ କରିବାର କ୍ଷମତା ରହିଥାଏ ।

ଫିଞ୍ଜଲ ମିସାଇଲ ଲଞ୍ଚ କରିବା ନେଇ ନିଜେ ଋଷ ଦାବି କରିଛି । କିନ୍ତୁ ଏବେ ବି ଏହାକୁ ନେଇ ବିଶେଷଜ୍ଞ ଏବେ ବି ସନ୍ଦେହ ଘେରରେ ରହିଛନ୍ତି ।

Get real time updates directly on you device, subscribe now.