fbpx
BSKY SKY
BSKY SKY

ପଞ୍ଚମ ଥର ପାଇଁ ଦୁନିଆର ସବୁଠୁ ସୁଖୀ ଦେଶ ଫିନଲ୍ୟାଣ୍ଡ, ଭାରତର ସ୍ଥାନ…

BSKY

ସଂଯୁକ୍ତ ରାଷ୍ଟ୍ର ତରଫରୁ ଶୁକ୍ରବାର ୱାର୍ଲ୍ଡ ହାପିନେସ୍ ରିପୋର୍ଟ ୨୦୨୨ ଜାରି କରାଯାଇଛି । ତାଲିକାରେ ଫିନଲ୍ୟାଣ୍ଡ କ୍ରମାଗତ ୫ମ ଥର ଭାବେ ପ୍ରଥମ ସ୍ଥାନରେ ରହିଛି । ଫିନଲ୍ୟାଣ୍ଡ ହେଉଛି ସବୁଠାରୁ ସୁଖୀ ଦେଶ । ସେହିଭଳି ଦ୍ୱିତୀୟ ସ୍ଥାନରେ ଡେନମାର୍କ, ତୃତୀୟରେ ଆଇସଲ୍ୟାଣ୍ଡ ଏବଂ ଚତୁର୍ଥରେ ନେଦରଲ୍ୟାଣ୍ଡ୍ସ ରହିଛି । ଆମେରିକା ଏହି ଲିଷ୍ଟରେ ୧୬ ତମ ସ୍ଥାନରେ ଥିବାବେଳେ ଲଣ୍ଡନ ୧୭ ତମ ସ୍ଥାନରେ ରହିଛନ୍ତି । ଏଥିରେ ଭାରତକୁ ୧୪୬ ଦେଶମାନଙ୍କ ମଧ୍ୟରୁ ୧୩୬ ତମ ସ୍ଥାନ ମିଳିଛି । ଗତ ବର୍ଷ ଭାରତ ୧୩୯ ତମ ସ୍ଥାନରେ ରହିଥିଲା ।

ସେହିପରି ସବୁଠାରୁ ପଛରେ ରହିଛି ଆଫଗାନିସ୍ତାନ । ଆଫଗାନିସ୍ତାନରେ ସବୁଠାରୁ ଅଧିକ ଅସନ୍ତୁଷ୍ଟ ଦେଶ । ଏହା ପରେ ଜିମ୍ବାୱେ, ରୱାଣ୍ଡା, ବୋତ୍ସୱାନା ଏବଂ ଲେସୋଥୋ ରହିଛନ୍ତି ।

ତେବେ ଏହି ତାଲିକା ୟୁକ୍ରେନ-ଋଷ ଯୁଦ୍ଧ ପୂର୍ବରୁ ପ୍ରସ୍ତୁତ କରାଯାଇଥିବାରୁ ଏଥିରେ ଋଷର ସ୍ଥାନ ୮୦ ଥିବାରୁ ୟୁକ୍ରେନର ସ୍ଥାନ ୮୯ ରହିଛି ।

ଦୁନିଆର 20 ଟି ସୁଖୀ ଦେଶ:

ଫିନଲ୍ୟାଣ୍ଡ
ଡେନମାର୍କ
ଆଇସଲ୍ୟାଣ୍ଡ
ସ୍ୱିଜରଲ୍ୟାଣ୍ଡ
ନେଦରଲ୍ୟାଣ୍ଡସ୍
ଲକ୍ସେମବର୍ଗ
ସ୍ୱିଡେନ
ନରୱେ
ଇସ୍ରାଏଲ
ନିଉଜିଲାଣ୍ଡ୍
ଅଷ୍ଟ୍ରିଆ
ଅଷ୍ଟ୍ରେଲିଆ
ଆୟର୍ଲାଣ୍ଡ
ଜର୍ମାନୀ
କାନାଡା
ଯୁକ୍ତ ରାଷ୍ଟ୍ର
ଇଂଗଲାଣ୍ଡ୍
ଚେକ୍ ରିପବ୍ଲିକ୍
ବେଲଜିୟମ
ଫ୍ରାନ୍ସ

Get real time updates directly on you device, subscribe now.