fbpx
BSKY
BJD MC SKY
BJD YOUTH SKY

ଆରମ୍ଭ ହେଲା ଚୈତ୍ର ମାସ: ଏହି ସବୁ ଦିନରେ ରହିଛି ଗୃହ ପ୍ରବେଶ ବା ବିବାହ ପାଇଁ ଶୁଭ ମୂହୁର୍ତ୍ତ

ନୂଆଦିଲ୍ଳୀ: ଆରମ୍ଭ ହୋଇ ଯାଇଛି ଚୈତ୍ର ମାସ । ଏହି ମାସ ବିଭିନ୍ନ ଶୁଭ କାମ ପାଇଁ ପ୍ରକୃଷ୍ଟ । ବିବାହ, ବ୍ରତ ଘର, ମୁଣ୍ଡନ, ଗୃହ ପ୍ରବେଶ, ଜମି କିଣିବା ପରି ଶୁଭ କାର୍ଯ୍ୟ କରିବା ପାଇଁ ପ୍ରକୃଷ୍ଟ ସମୟ ଦିଆଯାଇଛି । ଏହା ସହିତ ଘର ଓ ଗାଡି କିଣିବା ପାଇଁ ମଧ୍ୟ ସମୟ ପ୍ରକୃଷ୍ଟ ସମୟ ରହିଛି । ଆସନ୍ତୁ ନଜର ପକାଇବା ସମସ୍ତ ଶୁଭ ମୂହୂର୍ତ୍ତ ଉପରେ ଯେଉଁଥିରେ ଉପରୋକ୍ତ କାର୍ଯ୍ୟ ଗୁଡିକ କଲେ ଆମକୁ ଶୁଭଫଳ ମିଳିବ ।

ନାମକରଣ: ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ ଚୈତ୍ର ମାସରେ ନାମକରଣ ପାଇଁ ୬ଟି ଶୁଭମୂହୁର୍ତ୍ତ ରହିଛି । ଏପ୍ରିଲ ମାସର ୧,୩, ୬, ୧୦ ଓ ୧୫ ତାରିଖ ନାମକରଣ ପାଇଁ ଅତ୍ୟନ୍ତ ଶୁଭ ରହିଥିବାରୁ ନିଜ ଶିଶୁର ନାମକରଣ କରିପାରିବେ ।

ବିବାହ: ଚୈତ୍ର ମାସରେ ବିବାହ ପାଇଁ ମାତ୍ର ଦୁଇଟି ଶୁଭ ମୂହୁର୍ତ୍ତ ରହିଛି । ୧୫ ଓ ୧୬ ତାରିଖ ବିବାହ ପାଇଁ ଅତ୍ୟନ୍ତ ଶୁଭ ରହିବ ।

ବ୍ରତୋପନୟନ: ବ୍ରତୋପନୟନ ପାଇଁ ୩, ୬ ଓ ୧୧ ତାରିଖ ଶୁଭ ରହିବ ।

କ୍ରୟ: କୌଣସି ନୂତନ ଜିନିଷ ବା ଯାଗା ବାଡି କ୍ରୟ କରିବାକୁ ଥିଲେ ଏହି ମାସରେ ୬ଟି ଶୁଭ ମୂହୁର୍ତ୍ତ ରହିଛି । ୧, ୨, ୬, ୭, ୧୧ ଓ ୧୨ ତାରିଖରେ ନୂତନ କ୍ରୟ ପାଇଁ ଶୁଭ ମୂହୁର୍ତ୍ତ ରହିଛି । ଏହି ତାରିଖ ମାନଙ୍କରେ ନୂତନ ଗାଡି ଓ ଘର କିଣିବା ଶୁଭଦାୟକ ରହିବ ।

ଗୃହପ୍ରବେଶ: ଗୃହପ୍ରବେଶ ପାଇଁ ୨୬ ମାର୍ଚ୍ଚ ଅତ୍ୟନ୍ତ ଶୁଭ ରହିଛି । ୨୬ ମାର୍ଚ୍ଚ ରାତି ୮.୦୦ରୁ ଆରମ୍ଭ କରି ପରଦିନର ସକାଳ ୬.୧୮ ପର୍ଯ୍ୟନ୍ତ ଗୃହପ୍ରବେଶର ଶୁଭ ମୂହୁର୍ତ୍ତ ରହିଛି ।

ମୁଣ୍ଡନ: ମୁଣ୍ଡନ ପାଇଁ ୨୦ ଏପ୍ରିଲ ଅତ୍ୟନ୍ତ ଶୁଭ ରହିଛି ।

Get real time updates directly on you device, subscribe now.