fbpx
BSKY
BJD MC SKY
BJD YOUTH SKY

ହୋଲିରେ ବଡ ଅଘଟଣ: ୩ଟି ପୃଥକ ସ୍ଥାନରେ ପାଣିରେ ବୁଡି ୪ ଯୁବକଙ୍କ ମୃତ୍ୟୁ

ଭୁବନେଶ୍ୱର: ପୁଣି ରଙ୍ଗ ଉତ୍ସବରେ ବେରଙ୍ଗ ହୋଇଗଲା ଜୀବନ । ନଦୀର ପାଣି ହୋଇଛି କାଳ । ରାଜ୍ୟର ୩ଟି ପୃଥକ ସ୍ଥାନରେ ନଦୀର ଜଳସ୍ରେତରେ ଭାସି ପ୍ରାଣ ହରାଇଛନ୍ତି ୪ ଜଣ ଯୁବକ । ହୋଲିରେ ରଙ୍ଗ ଖେଳ ସାରି ନଦୀରେ ଗାଧୋଇବା ସମୟରେ ବୁଡିଯାଇ ପ୍ରାଣ ହରାଇଛନ୍ତି ଯୁବକ । ହୋଲିର ବିଭିନ୍ନ ରଙ୍ଗ ଥାଇ ମଧ୍ୟ ସେମାନଙ୍କ ପରିବାର ଆଜି ପାଲଟିଯାଇଛି ବେରଙ୍ଗ ।

କୋରାପୁଟ ଜିଲ୍ଲା କୋଟପାଡ ଥାନା ଅନ୍ତର୍ଗତ ବଣିଆଘାଟରେ ଘଟିଯାଇଛି ଅଘଟଣ । ଗାଧୋଉଥିବା ବେଳେ ଇନ୍ଦ୍ରାବତୀ ନଦୀରେ ବୁଡି ୨ ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିପରି କଟକ ନୂଆଗାଁ କୋରୁଆଁ ଘାଟରେ ମଧ୍ୟ ଜଣେ ଯୁବକ ପ୍ରାଣ ହରାଇଛନ୍ତି । ତେବେ ଏଭଳି ଅଘଟଣରେ ମୋଟ ୪ ଜଣ ପ୍ରାଣ ହରାଇଛନ୍ତି । ଅନ୍ୟ ପକ୍ଷରେ କେନ୍ଦୁଝର ଟାଉନ ଥାନାରେ ମଧ୍ୟ ସମାନ ଘଟରା ଘଟିଯାଇଛି । ହରିଡାଗୋଠ ପୋଖରୀରେ ଗାଧୋଉଥିବା ବେଳେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଥିବା ମଧ୍ୟ ଜଣାଯାଇଛି । ଏହିଭଳି ଭାବେ ରାଜ୍ୟର ମୋଟ ତନୋଟି ପୃଥକ ସ୍ଥାନରୁ ୪ଜଣ ଯୁବକ ପ୍ରାଣ ହରାଇଛନ୍ତି । ଗତକାଲି ଯ।।ଜପୁର ଖରସ୍ରୋତା ନଦୀରେ ମଧ୍ୟ ଘଟିଥିଲା ସମାନ ଘଟଣା । ନଦୀରେ ବୁଡି ୪ ଜଣ ଯୁୁବକ ମୃତ୍ୟୁବରଣ କରିଥିବା ବେଳେ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର ହୋଇଛି । ତେବେ ଅନ୍ୟ ୨ ଜଣଙ୍କ ପତ୍ତା ପାଇ ପାରିନି ଅଗ୍ନିଶମ ବାହିନୀ ।

Get real time updates directly on you device, subscribe now.