fbpx
BSKY
BJD MC SKY
BJD YOUTH SKY

ପୋଲିସ ହାତରେ ବଡ ସୁରାଗ: ତଦନ୍ତ ବେଳେ ମିଳିଲା ଫଟ୍ରୋଗାଫର ମାନସଙ୍କ ମୋବାଇଲ ଫୋନ

ଭୁବନେଶ୍ୱର: ଫଟୋଗ୍ରାଫର ମାନସ ସ୍ୱାଇଁ ହତ୍ୟା ଘଟଣାରେ ଆସିଲା ନୂଆ ମୋଡ । ତଦନ୍ତ କରିବା ସମୟରେ ପୋଲିସ ହାତରେ ଲାଗିଛି ମାନସଙ୍କ ମୋବାଇଲ ଫୋନ । ଚଣ୍ଡିଖୋଲରୁ ମାନସଙ୍କ ମୋବାଇଲ ଠାବ କରିଛି ପୋଲିସ । ଏହାକୁ ଆଧାର କରି ତଦନ୍ତ ଆଗକୁ ବଢାଇଛି ପୋଲିସ । ସାଇଣ୍ଟିଫିକ ଟିମ ସାହଯ୍ୟରେ ପୋଲିସ ତଦନ୍ତକାର୍ଯ୍ୟ ଜାରି ରଖିଛି ।

ଫଟୋଗ୍ରାଫର ମାନସ ସ୍ୱାଇଁଙ୍କ ହତ୍ୟା ମାମଲା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହାରି ମଧ୍ୟରେ ଭୁବନେଶ୍ୱର ସ୍ଥିତ ‘ଦୟାଲ ଆଶ୍ରମ’ରେ ରକ୍ତଛିଟା ମିଳିଛି । ଆଶ୍ରମରେ ଫଟୋଗ୍ରାଫର ମାନସ ସ୍ୱାଇଁଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି । ଆଶ୍ରମର ଏକ ଖଟରେ ରକ୍ତର ଛିଟା ଲାଗିଥିବା ଦେଖିବାକୁ ମିଳିଛି । ଖଟରେ ଲାଗିଥିବା ରକ୍ତଛିଟାକୁ ପୋଛା ଯାଇଥିବା ଜଣାପଡିଛି । ପୋଲିସ ଦତନ୍ତ ପାଇଁ ଆସିଥିଲା ବୋଲି କେୟାର ଟେକର କହିଛି । ଆଶ୍ରମରେ ଫିଲ୍ମ ସୁଟିଂ ହେଉଥିବା ସେ ନିଜ ବୟାନରେ କହିଛନ୍ତି । ଏହି ବୃଦ୍ଧାଶ୍ରମର ମାଲିକାଣୀ ହେଉଛନ୍ତି ଶର୍ମିଷ୍ଠା ରାଉତ । ଶର୍ମିଷ୍ଠା ହୋଉଛନ୍ତି ୱେବ ପୋର୍ଟାଲ ‘ସମ୍ପୂର୍ଣ୍ଣ’ର ମାଲିକାଣୀ । ମାସେ ହେଲା ମାଲିକାଣୀ ଆସିନଥିବା କେୟାର ଟେକର କହିଛନ୍ତି ।

Get real time updates directly on you device, subscribe now.