fbpx
BSKY SKY
BSKY SKY

ଶ୍ରୀଲଙ୍କାରେ ଆୟୋଜନ ହେବ ଏସିଆ କପ: ପୁଣି ଥରେ ଟୁର୍ଣ୍ଣାମେଣ୍ଟରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

BSKY

ନୂଆଦିଲ୍ଳୀ: ଆସନ୍ତା ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହେବାକୁ ଯାଉଛି ଏସିଆ କପ । ଚଳିତ ସିଜନର ଟୁର୍ଣ୍ଣାମେଣ୍ଟ ଟି-୨୦ ଫର୍ମାଟରେ ଆୟୋଜନ ହେବାକୁ ଯାଉଛି । ଅଗଷ୍ଟ ୨୭ ତାରିଖରୁ ଆରମ୍ଭ ହୋଇ ୧୧ ସେପ୍ଟେମ୍ବରରେ ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଖେଳାଯିବ । ତେବେ କ୍ୱାଲିଫାୟାର ପାଇଁ ଅଗଷ୍ଟ ୨୦ ତାରିଖରୁ ମ୍ୟାଚ ଖେଳାଯିବ । ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିବା ପାଇଁ ଚଳିତ ବର୍ଷ ଦାୟିତ୍ୱ ନେଇଛି ଶ୍ରୀଲଙ୍କା କ୍ରିକେଟ ବୋର୍ଡ ।

ଏସିଆ କପରେ ସବୁଠୁ ସଫଳ ଟିମ ରହିଛି ଭାରତୀୟ ଦଳ । ୧୯୮୪ରେ ଏହି ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇତିବା ବେଳେ ଭାରତ ଏପର୍ଯ୍ୟନ୍ତ ମୋଟ ୭ ଥର ଟ୍ରଫିକୁ ନିଜ ନାମରେ କରିଛି । ୧୯୮୪, ୧୯୮୮, ୧୯୯୦-୯୧, ୧୯୯୫, ୨୦୧୦ ଏବଂ ୨୦୧୮ରେ ଭାରତ ଏସିଆ କପର ମୁକଟ ପିନ୍ଧି ସାରିଛି । ଚଳିତ ବର୍ଷ ମଧ୍ୟ ଦଳ ଏବଂ ଖେଳାଳିମାନଙ୍କ ପ୍ରଦର୍ଶନକୁ ଦେଖି ଆଉ ଏକ ଟାଇଟଲ ପାଇଁ ଆଶା କରିଛନ୍ତି କ୍ରିକେଟପ୍ରେମୀ । ତେବେ ଶ୍ରୀଲଙ୍କା ୫ ଏବଂ ପାକିସ୍ତାନ ୨ ଥର ଚମ୍ପିଆନ ହୋଇ ପାରିଛନ୍ତି ।

୨୦୨୨ର ଏସିଆ କପରେ ଭାଗନେବେ ମୋଟ ୬ଟି ଟିମ । ଭାରତ, ପାକିସ୍ତାନ ସମେତ ଆୟୋଜକ ଶ୍ରୀଲଙ୍କା, ବାଂଲାଦେଶ ଏବଂ ଆଫଗାନିସ୍ତାନ ଗୋଟିଏ କ୍ୱାଲିଫାୟାରରେ ସାମିଲ ହେବେ । ତେବେ ୟୁଏଇ, କୁୱେତ, ସିଙ୍ଗାପୁର ଏବହ ହଂକଂ ମଧ୍ୟରେ କ୍ୱାଲିଫାୟାର ମ୍ୟାଚ ଖେଳାଯିବ । ପ୍ରତି ୨ ବର୍ଷରେ ଥରେ ଆୟୋଜିତ ହେଉଥିବା ଏସିଆ କପ କରୋନା ପାଇଁ ଆୟୋଜନ ହୋଇ ପାରି ନାହିଁ । ତେଣୁ ଚଳିତ ବର୍ଷ କରୋନା ସଂକ୍ରମଣ ହ୍ରାସ ପରେ ଶ୍ରୀଲଙ୍କାରେ ଏହାର ଆୟୋଜନ କରାଯିବ ।

Get real time updates directly on you device, subscribe now.