fbpx
BSKY
BJD MC SKY
BJD YOUTH SKY

ଭାଇ ଦୁଜରେ ଖାସ୍ ଯୋଗ: ଜାଣନ୍ତୁ କେଉଁ ମୁହୂର୍ତ୍ତରେ ଭାଇଙ୍କୁ ତିଲକ କରିବା ଶୁଭ ?

ହିନ୍ଦୁ ଧର୍ମରେ ଭାଇ ଭଉଣୀର ସ୍ନେହ ପ୍ରତୀକର ଦୁଇଟି ପର୍ବ ପାଳନ କରାଯାଏ । ଗୋଟିଏ ରକ୍ଷା ବନ୍ଧନ ପର୍ବ, ଏହା ଶ୍ରାବଣ ମାସର ପୂର୍ଣ୍ଣିମାରେ ପାଳନ କରାଯାଏ । ଏହି ପର୍ବରେ ଭାଇ ଭଉଣୀର ରକ୍ଷା କରିବାର ପ୍ରତିଜ୍ଞା କରିଥାଏ । ଅନ୍ୟ ପର୍ବଟି ହେଉଛି ଭାଇ ଦୂଜ । ଏଥିରେ ଭଉଣୀ ଭାଇର ଦୀର୍ଘାୟୁର ପ୍ରାର୍ଥନା କରିଥାଏ । ଭାଇ ଦୂଜ ପର୍ବ କାର୍ତ୍ତିକ ମାସର ଦ୍ୱିତୀୟାରେ ପାଳନ କରାଯାଏ । ଏହି ପର୍ବ ପାଳନର ପ୍ରମୁଖ କାରଣ ହେଉଛି, ଭଉଣୀଙ୍କର ପବିତ୍ର ସଂପର୍କରେ ସର୍ବଦା ପ୍ରେମଭାବ ସ୍ଥାପନା କରିବା । ଏହି ଦିନରେ ଭଉଣୀ ଭାଇର ଉତ୍ତମ ସ୍ୱାସ୍ଥ୍ୟ, ଦିର୍ଘାୟୁ ତଥା ମଙ୍ଗଳ କାମନା କରି ତିଳକ ଲଗାଇଥାଏ । ନିଜ ହାତରେ ଭୋଜନ ପ୍ରସ୍ତୁତ କରି ଭାଇକୁ ଖୁଆଇଥାଏ ।

ଏହି ଦିନ ଭଉଣୀମାନେ ନିଜ ଭାଇର ଦୀର୍ଘ ଜୀବନ ପାଇଁ ପ୍ରାର୍ଥନା କରନ୍ତି । ଏହା ସହିତ ସେମାନେ ସେମାନଙ୍କର ସୁଖ ଏବଂ ସମୃଦ୍ଧତା ବୃଦ୍ଧି କରିବାକୁ ଇଚ୍ଛା କରନ୍ତି । ଏଥର ଏହି ପର୍ବ ୨୭ ଅକ୍ଟୋବରରେ ପାଳନ କରାଯିବ । ଏଥର ଭାଇ ଦୁଜରେ ଏକ ଖାସ୍ ପ୍ରବର୍ଧନ ଯୋଗ ହେବାକୁ ଯାଉଛି ।

ଧାର୍ମିକ ବିଦ୍ୱାନଙ୍କ ଅନୁଯାୟୀ, ଏଥର ଭାଇ ଦୁଜ ଅର୍ଥାତ୍ ଗୁରୁବାର ଦିନ ଦ୍ୱିପହର ୧୨:୧୦ ପର୍ଯ୍ୟନ୍ତ ବିଶାଖା ନକ୍ଷତ୍ର ରହିବ, ଯେଉଁଥିପାଇଁ ସ୍ୱତନ୍ତ୍ର ପ୍ରବର୍ଧନ ଯୋଗ ସୃଷ୍ଟି ହେବ । ଏହା ପରେ ଅନୁରାଧା ନକ୍ଷତ୍ର ଆସିବ, ଯେଉଁଥିରେ ଆନନ୍ଦ ଯୋଗ ଗଠନ ହେବ । ଏହି ଉଭୟ ବିଶେଷ ଯୋଗ ଭାଇ ଓ ଭଉଣୀମାନଙ୍କ ପାଇଁ ଶୁଭ ବୋଲି ପ୍ରମାଣିତ ହେବ । ଏହି ଯୋଗରେ ପର୍ବ ପାଳନ କରିବା ଦ୍ୱାରା ପରିବାରରେ ସମୃଦ୍ଧତା, ମଧୁରତା ଏବଂ ପ୍ରେମ ବୃଦ୍ଧି ପାଇବ ।

ତିଲକ ପାଇଁ ୪ ଟି ଶୁଭ ସମୟ :-

ଯଦି ଆମେ ଭାଇମାନଙ୍କ ପାଇଁ ତିଲକ ପ୍ରୟୋଗ କରିବାର ଶୁଭ ସମୟ ବିଷୟରେ କଥା ହେବା, ତେବେ ଏଥିପାଇଁ ୪ ଟି ଶୁଭ ମୁହୁର୍ତ୍ତ ରହିଛି । ଗୁରୁବାର ଦିନ ୮:୦୬ ରୁ ୧୦:୨୪ ପର୍ଯ୍ୟନ୍ତ ବିଛା ଲଗ୍ନ ରହିଛି । ଏହା ପରେ ସକାଳ ୧୧:୨୪ ରୁ ୧୨:୩୬ ପର୍ଯ୍ୟନ୍ତ ଏକ ସ୍ୱତନ୍ତ୍ର ଅଭିଜିତ୍ ମୁହୂର୍ତ୍ତ ରହିଛି । ଅପରାହ୍ନ ୨:୧୦ ରୁ ଅପରାହ୍ନ ୩:୫୮ ପର୍ଯ୍ୟନ୍ତ କୁମ୍ଭ ଲଗ୍ନ ରହିଛି । ଏହା ସହ ସନ୍ଧ୍ୟା ୬:୩୬ ରୁ ରାତି ୮:୩୫ ପର୍ଯ୍ୟନ୍ତ ବୃଷ ଲଗ୍ନରେ ଭାଇମାନଙ୍କୁ ତିଲକ ଲଗାଯାଇପାରିବ ।

ଭାଇ ଦୁଜ ପର୍ବ କାର୍ତ୍ତିକ ମାସର ଶୁକ୍ଳ ପକ୍ଷର ଦ୍ୱିତୀୟା ତିଥିରେ ପାଳନ କରାଯାଏ। ଏହି ଦିନ ଭଉଣୀ ନିଜ ଭାଇର ମଥାରେ ତିଳକ ଲଗାଇ, ହଳଦୀ ଓ ଚାଉଳକୁ ମିଶାଇ ଭାଇର ମସ୍ତକରେ ପକାଇ ପୂଜା କରିଥାଏ ଏବଂ ଉଜ୍ୱଳ ଭବିଷ୍ୟତର କାମନା କରିଥାଏ। ଭାଈ ନିଜ ସକ୍ଷମ ଅନୁଯାୟୀ ଭଉଣୀକୁ ଉପହାର ପ୍ରଦାନ କରିଥାଏ।

Get real time updates directly on you device, subscribe now.