fbpx
BSKY
BJD MC SKY
BJD YOUTH SKY

ଏଣିକି ଘୋଡାମାନେ ପିନ୍ଧିବେ ଜୋତା! ନୂଆ ଷ୍ଟାର୍ଟଅପ୍ ସହ ମିଶି ଏକ ବିଦେଶୀ କମ୍ପାନୀ…

ନୂଆଦିଲ୍ଲୀ: ଏଣିକି ଘୋଡାମାନେ ପିନ୍ଧିବେ ଜୋତା । ଏକ କମ୍ପାନୀ ଘୋଡାମାନଙ୍କ ପାଇଁ ଜୋତା ବାହାର କରିଛି । ଖାସ୍ କଥା ହେଉଛି ଏହି ଜୋତା ଦେଖିବା ପାଇଁ ବିଲକୁଲ୍ ମଣିଷମାନଙ୍କ ଜୋତା ଭଳି । କିନ୍ତୁ ଏହାର ଦାମ୍ ବହୁତ ଅଧିକ । ସୂଚନା ଅନୁସାରେ ଜୋତା ପ୍ରସ୍ତୁତ କରୁଥିବା ଏକ ବିଦେଶୀ କମ୍ପାନୀ ଆଉ ଏକ ନୂଆ ଷ୍ଟାର୍ଟଅପ୍ ସହ ମିଶି ଏହି ଜୋତା ପ୍ରସ୍ତୁତ କରିଛି । ହର୍ସ କସମଳ ନାମକ ଏହି କମ୍ପାନୀ ଜୋତାର ଅନେକ ନୂଆ ଫଟୋ ମଧ୍ୟ ସେୟାର କରିଛି ଏବଂ ଏହାକୁ କେମିତି ପ୍ରସ୍ତୁତ କରାଯାଇଛି ସେନେଇ ସୂଚନା ଦେଇଛି ।

ସୂଚନା ଅନୁସାରେ ଏମାନଙ୍କ ଡିଜାଇନ୍ ଏବଂ ଏଥିରେ ବ୍ୟବହାର ହୋଇଥିବା ସାମଗ୍ରୀ ଏୟାର ଜୋର୍ଡାନ, ୟିଜି ଏବଂ ନ୍ୟୁ ବାଲାନ୍ସ ଭଳି ବ୍ରାଣ୍ଡର ହେବ । ଘୋଡାର ଖୁରାକୁ ନଜରରେ ରଖି ଜୋତାକୁ ଡିଜାଇନ୍ କରାଯାଇଛି । ଏହି ଜୋତା ଦେଖିବାକୁ ଅତି ସୁନ୍ଦର ଲାଗୁଛି । ଏହା ଛୋଟ ଛୋଟ କିନ୍ତୁ ଅତି ମଜଭୁତ । ଏହି ଜୋତାର ପ୍ରାରମ୍ଭିକ ଦାମ୍ ୧୨୦୦ ଡଲାର ଅର୍ଥାତ୍ ପ୍ରାୟ ୧ ଲକ୍ଷ ଟଙ୍କା ହେବ ।

ଏବେ ଏହି ଜୋତାର ଦାମ୍ ସମ୍ପର୍କରେ ଜାଣିବା ପରେ ସମସ୍ତେ ମଜା କରି କହୁଛନ୍ତି କି ଏତିକି ଟଙ୍କାରେ ମଣିଷଙ୍କ ପାଇଁ ଅନେକ ଜୋତା ହୋଇଯିବ । ତେବେ ଏହି ଜୋତାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଏହା ଅତି ସୁନ୍ଦର ଲାଗୁଛି ।

Get real time updates directly on you device, subscribe now.