fbpx
BJD
BJD SKY
BJD SKY

ବାହାନଗା ରେଳ ଦୁର୍ଘଟଣା: ଆହତଙ୍କୁ ସୋର ମେଡିକାଲରେ ପହଞ୍ଚାଇଲେ ବିଧାୟକ ସୂରଜ ସୂର୍ଯ୍ୟବଂଶୀ

ବାଲେଶ୍ୱର: ବାହାନଗା ରେଳ ଦୁର୍ଘଟଣାରେ ଶତାଧିକ ଲୋକେ ମୃତ୍ୟ ବାରଣ କରିଛନ୍ତି। ଟ୍ରେନ ଦୁର୍ଘଟଣା ସଂପର୍କରେ ମୁଖ୍ୟ ସଚିବ ପ୍ରଦୀପ ଜେନାଙ୍କ ସବିଶେଷ ସୂଚନା ଅନୁଯାୟୀ ଏଯାବତ ୮୫୦ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଯାଇଛି। ପ୍ରାୟ ୮୦ ଜଣଙ୍କର ମୃତ୍ୟୁ ହୋଇଥିବା ରିପୋର୍ଟ କରାଯାଇଛି, କିନ୍ତୁ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି ଯେ, ପ୍ରାୟ ୧୨୦ ମୃତଦେହ ଉଦ୍ଧାର କରାଯାଇଛି। ତେବେ ଉଦ୍ଧାର କାର୍ଯ୍ୟ ପାଇଁ ୨ଶହରୁ ଅଧିକ ଆମ୍ବୁଲାନ୍ସ ଓ ୧୦୦ ଅତିରିକ୍ତ ଡାକ୍ତର ନିୟୋଜିତ ହୋଇଥିବା ମୁଖ୍ୟ ଶାସନ ସଚିବ କହିଛନ୍ତି।

ଏଭଳି ସଙ୍କଟ ସମୟରେ ସମସ୍ତେ ଅସୁବିଧାରେ ପଡିଥିବା ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳିଛି। ଭଦ୍ରକ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ ଜଣେ ଆହତଙ୍କୁ ନେଇ ମେଡିକାଲରେ ପହଞ୍ଚାଉଥିବା ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶରେ ରାଜସ୍ବ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଘଟଣାସ୍ଥଳରେ ଉପସ୍ଥିତ ରହିଛନ୍ତି।

Get real time updates directly on you device, subscribe now.