fbpx

ସ୍ୱାସ୍ଥ୍ୟ ପାଇଁ ହିତକର ତୁଳସୀପତ: ନିୟମିତ ତୁଳସୀପତ୍ର ସେବନ କରିଲେ କର୍କଟ ଭଳି ମାରାତ୍ମକ ରୋଗରୁ ରକ୍ଷା କରେ

ଓଡ଼ିଶା ଭାସ୍କର: ତୁଳସୀପତ୍ର ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଏହା ଶରୀରକୁ ଅନେକ ରୋଗରୁ ଦୂରେଇ ରଖିଥାଏ । ନିୟମିତ ତୁଳସୀପତ୍ର ସେବନ କରିବା ଦ୍ୱାରା ଶାରିରୀକ ଓ ମାନସିକ ଭାବେ ସୁସ୍ଥତା ମିଳିଥାଏ । ଅନେକ ସଂକ୍ରମଣ ରୋଗରୁ ଶରୀରକୁ ଦୂରେଇ ରଖିଥାଏ । ତୁଳସୀରେ ଥିବା ବିଭିନ୍ନ ପ୍ରକାର ପୋଷକ ତତ୍ତ୍ୱ କର୍କଟ ଭଳି ମାରାତ୍ମକ ରୋଗରୁ ଶରୀରକୁ ରକ୍ଷା କରିବାରେ ସହାୟକ ହୋଇଥାଏ ।

  • ଏଥିରେ ଆଣ୍ଟି-ବାୟୋଟିକ୍ ଗୁଣ ଥିବାରୁ ତୁଳସୀପତ୍ରକୁ ବତୁରାଇ ସକାଳେ ଏହାର ପାଣି ପିଇବା ଦ୍ୱାରା ମଧୁମେହ ନିୟନ୍ତ୍ରଣ ହୋଇ ରହିଥାଏ ।
  • ଏକ ଗ୍ଲାସ ଉଷୁମ ପାଣିରେ ୨ ଚାମଚ ତୁଳସୀ ମଞ୍ଜି ପକାଇ ଏହି ପାଣିକୁ ପିଇବା ଦ୍ୱାରା କୋଷ୍ଠକାଠିନ୍ୟ ସମସ୍ୟାରୁ ମୁକ୍ତି ମିଳିଥାଏ । ଏହାର ପତ୍ରର ସେବନ କରିବା ଦ୍ୱାରା ବଦହଜମି ସମସ୍ୟା ମଧ୍ୟ ଦୂର ହୋଇଥାଏ ।
  • ନିୟମିତ ତୁଳସୀପତ୍ର ଖାଇବା ଦ୍ୱାରା ଯକୃତ ସୁସ୍ଥ ରହିଥାଏ ।
  • ନିୟମିତ ତୁଳସୀପତ୍ର ଖାଇବା ଦ୍ୱାରା ହୃଦୟ ଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ । ହୃଦୟ ଜନିତ ରୋଗ ମଧ୍ୟ ହୋଇନଥାଏ ।
  • ତୁଳସୀପତ୍ର ଖାଇବା ଦ୍ୱାରା ଚକ୍ଷୁ ସୁସ୍ଥ ରହିଥାଏ । ଆଖି ଜନିତ ଅନେକ ସମସ୍ୟା ଦୂର ହୋଇ ଦୃଷ୍ଟି ଶକ୍ତି ବୃଦ୍ଧି ହୋଇଥାଏ ।
  • ତୁଳସୀପତ୍ର ଖାଇବା ଦ୍ୱାରା ମେଟାବୋଲିଜିୟମ ନିୟନ୍ତ୍ରଣ ହୋଇ ରହିବା ସହ ଓଜନ ହ୍ରାସ ହେବାରେ ସହାୟକ ହୋଇଥାଏ ।
  • ଆଣ୍ଟି-ବ୍ୟାକ୍ଟେରିୟଲ ଗୁଣରେ ଭରପୁର ତୁଳସୀ ପାଟିର ଦୁର୍ଗନ୍ଧ, ଦାନ୍ତମୂଳରେ ଥିବା ସମସ୍ୟା ଓ ପାଟିର ଅନେକ ରୋଗ ଦୂର କରିବାରେ ସହାୟକ ହୋଇଥାଏ ।
  • ମୁଣ୍ଡବିନ୍ଧା, ଥଣ୍ଡାଜ୍ୱର ଓ କାଶ ଆଦି ସମସ୍ୟା ଦୂର କରିଥାଏ ।
  • ଷ୍ଟ୍ରେସ୍ ହରମୋନ ସ୍ତର ନିୟନ୍ତ୍ରଣରେ ରହେ ।

Get real time updates directly on you device, subscribe now.