fbpx

(Video) ଭାରତ 6G ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କଲେ PM ମୋଦୀ: ଜାଣନ୍ତୁ ସମ୍ପୂର୍ଣ୍ଣ ତଥ୍ୟ

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି କ୍ଷେତ୍ରରେ ଭାରତ ଆଗକୁ ବଢ଼ିବାରେ ଲାଗିଛି । ଗତ ବର୍ଷ ଦେଶରେ ୫ଜି ଟେକ୍ନୋଲୋଜି ଲଞ୍ଚ ହୋଇଥିଲା । ଦେଶରେ ୫ଜି ବିଳମ୍ବରେ ଲଞ୍ଚ ହୋଇଥିଲେ ହେଁ ୬ଜି’କୁ ନେଇ ଦେଶ ବହୁତ ଆଗରେ ରହିଛି । ଏନେଇ ବର୍ତ୍ତମାନଠାରୁ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟ ଲଞ୍ଚ କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ୬ଜି ରିସର୍ଚ୍ଚ ଓ ଡେଭଲପମେଣ୍ଟ ଟେଷ୍ଟ ବେଡ୍ ମଧ୍ୟ ଲଞ୍ଚ କରିଛନ୍ତି ।

ଚଳିତ ଦଶନ୍ଧିର ଶେଷ ସୁଦ୍ଧା ଭାରତରେ ୬ଜି ସେବା ଲଞ୍ଚ ହୋଇଯିବ ବୋଲି ପୂର୍ବରୁ ପିଏମ୍ ମୋଦୀ କହିଥିଲେ । ଦେଶରେ ୬ଜି ଟେକ୍ନୋଲୋଜି ଲଞ୍ଚ କରିବା ଓ ଆଡପ୍ଟେଶନ କ୍ଷେତ୍ରରେ ଏହି ଡକ୍ୟୁମେଣ୍ଟ ବେଶ୍ ସହାୟତା ପ୍ରଦାନ କରିବ । ୫ଜି ଲଞ୍ଚ କରିବା ଅବସରରେ ମୋଦୀ ୬ଜି’ର ପ୍ରସ୍ତୁତି ନେଇ ସୂଚନା ଦେଇଥିଲେ । ଭାରତ ୬ଜି ଭିଜନ ଡକ୍ୟୁମେଣ୍ଟର ଟେକ୍ନୋଲୋଜି ଇନୋଭେସନ ଗ୍ରୁପ ଦ୍ୱାରା ୬ଜି ପ୍ରସ୍ତୁତ କରାଯାଇଛି ।

ଏହି ଗ୍ରୁପର ଶୁଭାରମ୍ଭ ଗତ ୨୦୨୨ ମସିହା ନଭେମ୍ବରରେ ହୋଇଥିଲା । ଏହି ଗ୍ରୁପରେ ବିଭିନ୍ନ ମନ୍ତ୍ରଣାଳୟ ଓ ବିଭାଗ, ରିସର୍ଚ୍ଚ ଓ ବିକାଶ ଶିକ୍ଷାନୁଷ୍ଠାନ, ଟେଲିକମ ସେବା ପ୍ରଦାନକାରୀ ଓ ଇଣ୍ଡଷ୍ଟ୍ରିର ଲୋକମାନେ ସାମିଲ ରହିଛନ୍ତି । ଭାରତରେ ୬ଜି’ର ଲଞ୍ଚିଂ ନେଇ ରୋଡମ୍ୟାପ ପ୍ରସ୍ତୁତ କରିବା ହେଉଛି ଏହି ଗ୍ରୁପର ମୁଖ୍ୟ କାର୍ଯ୍ୟ । ୬ଜି ଭିଜନ ଡକ୍ୟୁମେଣ୍ଟ ସହିତ ମୋଦୀ ୬ଜି ଟେଷ୍ଟ ବେଡ୍ ମଧ୍ୟ ଲଞ୍ଚ କରିଛନ୍ତି । ଏହା ମାଧ୍ୟମରେ ଇଣ୍ଡଷ୍ଟ୍ରି, ଆକାଡେମିକ ଶିକ୍ଷାନୁଷ୍ଠାନ ଓ ଅନ୍ୟ ପ୍ଲାଟଫର୍ମଗୁଡ଼ିକରେ ବିକଶିତ ହେଉଥିବା ଟେକ୍ନେଲୋଜିକୁ ଟେଷ୍ଟ କରାଯିବ ।

Get real time updates directly on you device, subscribe now.