fbpx

କୃଷକ ଆନ୍ଦୋଳନ ସମର୍ଥନରେ ମାଲକାନଗିରି ବନ୍ଦ ସଫଳ

ମାଲକାନଗିରି(ଓଡ଼ିଶା ଭାସ୍କର):ସଂଯୁକ୍ତ କିଷାନ ମୋର୍ଚ୍ଚା ଆହ୍ବାନରେ ଆଜି ଅଣବିଜେପି ରାଜନୈତିକ ଦଳ ମାନଙ୍କ ତରଫରୁ ମାଲକାନଗିରି ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୋକାନ ବଜାର ବନ୍ଦ ସହିତ ଗାଡି ଚଳାଚଳକୁ ବନ୍ଦ କରୁଥିବା ଦେଖାଯାଇଛି । ପୂର୍ବ ପ୍ରସ୍ତୁତି ଅନୁଯାୟୀ ବନ୍ଦକୁ ସଫଳ ରୂପାୟନ ଦେବାକୁ ନେତୃତ୍ବ ନେଇଛି ସିପିଏମ ଜିଲ୍ଲା ସମ୍ପାଦକ କମ୍ରେଡ଼ ବ୍ରଜ ମାଝା ବହୁ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ଯାଇ ବନ୍ଦର ତାତ୍ପର୍ୟ୍ୟ ବିଷୟରେ ବୈଠକ ମାଧ୍ୟମରେ ଚାଷୀ ମାନଙ୍କୁ ଅବଗତ କରାଇଥିଲେ । ଫଳ ସ୍ଵରୂପ ଆଜି ମାଲକାନଗିରି ଜିଲ୍ଲାରେ ହେଉଥିବା ବାତ୍ୟା ପବନ ଏବଂ ବର୍ଷା କୁ ଖାତିର ନକରି ଦୂର ଦୁରାନ୍ତରୁ କିଛି ଚାଷୀ ଏବଂ ମୂଲିଆ ମାଲକାନଗିରି ଜିଲ୍ଲା ସଦରରେ ନିଜକୁ ବନ୍ଦରେ ସାମିଲ କରିଥିବା , କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ଥିବା ଆକ୍ରୋଶର ପ୍ରମାଣ ଦିଏ ।
କରୋନା ସମୟରେ ଲୋକସଭା ନଡାକି ତରବରିଆ ଭାବେ ବିଧେୟକ ମାଧ୍ୟମରେ କିଛି ନିର୍ଦ୍ଦିଷ୍ଟ ପୁଞ୍ଜିପତିଙ୍କୁ ସୁହେଇଲା ଭଳି ତିନୋଟି କୃଷି ଆଇନ ପାସ କରାଇଥିବାରୁ , ଦେଶରେ କୃଷକ ମାନଙ୍କ ପାଇଁ କାର୍ୟ୍ୟ କରୁଥିବା ଅଗ୍ରଣୀ ସଂଗଠନ ମାନେ ବିରୋଧ କରିଆସୁଛନ୍ତି । ଆଜକୁ ପାଖାପାଖୁ ଏଗାର ମାସ ଧରି ଦିଲ୍ଲୀ , ହରିଆଣା ଏବଂ ଉତ୍ତରପ୍ରଦେଶ ସୀମାରେ ହଜାର ହଜାର କୃଷକ ଧାରଣାରେ ବସିଥିବା ତାର ଜ୍ବଳନ୍ମ ପ୍ରମାଣ ସରକାରଙ୍କୁ କୃଷି ଆଇନ ବାତିଲ କରିବାକୁ ବାଧ୍ୟ କରିବା ପାଇଁ । ସଂଯୁକୁ କିଷାନମୋର୍ଚ୍ଚା ବଦ୍ଧପରିକର ଏଥିରୁ ସ୍ପଷ୍ଟ ପ୍ରତୀୟମାନ ହୁଏ । ମାଲକାନଗିରି ଜିଲାର ବନ୍ଦକୁ ଜିଲ୍ଲା ସିପିଏମ ନେତୃତ୍ବ ନେଉଥିବା ଦେଖାଯାଇଛି ।

Get real time updates directly on you device, subscribe now.