fbpx

ଗୋଟିଏ ବର୍ଷରେ ୩ ଜଣଙ୍କୁ ମିଳିପାରିବ ଭାରତ ରତ୍ନ, କିନ୍ତୁ ମୋଦୀ ସରକାର ୫ ଜଣଙ୍କୁ କିପରି ଦେଲେ ଭାରତ ରତ୍ନ?

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ୨ ଜଣ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସହିତ ୩ ଜଣଙ୍କୁ ଭାରତ ରତ୍ନ ମିଳିବା ନେଇ ଘୋଷଣା କରାଯାଇଛି । ଏହି ୩ ଜଣ ବିଶିଷ୍ଟ ବ୍ୟକ୍ତିବିଶେଷ ହେଉଛନ୍ତି ପୂର୍ବ ପ୍ରଧାନମନ୍ତ୍ରୀ ପି.ଭି.ନରସିହ୍ମା ରାଓ, ପୂର୍ବ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂ ଓ ବିଶିଷ୍ଟ କୃଷି ବିଜ୍ଞାନୀ ଡାକ୍ତର ଏମ୍‌.ଏସ୍ ସ୍ୱାମୀନାଥନ । ପ୍ରଧାନମନ୍ତ୍ରୀ ମୋଦୀ ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏ ବିଷୟରେ ଘୋଷଣା କରିଛନ୍ତି । ଏହା ପୂର୍ବରୁ ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପୂର୍ବତନ ବିହାର ମୁଖ୍ୟମନ୍ତ୍ରୀଙ୍କ ମଧ୍ୟ ଭାରତ ରତ୍ନ ପ୍ରଦାନ କରାଯିବା ନେଇ ଘୋଷଣା କରାଯାଇଛି । ତେବେ ସମସ୍ତଙ୍କୁ ମିଶାଇ ୨୦୨୪ରେ ମୋଟ ୫ ଜଣଙ୍କୁ ଭାରତ ରତ୍ନ ଦିଆଯିବା ନେଇ ଘୋଷଣା କରାଯାଇଛି । ଗୋଟିଏ ବର୍ଷରେ ୩ ଜଣଙ୍କୁ ଭାରତ ରତ୍ନ ପ୍ରଦାନର ନିୟମ ଥିବା ବେଳେ ମୋଦୀ ସରକାର ୨୦୨୪ରେ ୫ ଜଣଙ୍କ ନାମ କିପରି ଘୋଷଣା କଲେ ? ଅପରପକ୍ଷେ ୨୦୨୩ରେ କାହାକୁ ବି ଭାରତ ରତ୍ନ ଦିଆଯାଇ ନ ଥିଲା ।
ବର୍ଷ ୨୦୨୩ରେ ଭାରତ ରତ୍ନ ଦିଆଯାଇ ନ ଥିବା କାରଣରୁ ଚଳିତ ବର୍ଷ ଅର୍ଥାତ୍ ୨୦୨୪ରେ ପୂର୍ବ ବର୍ଷର ବାକିଥିବା କାର୍ଯ୍ୟ କ୍ଲିୟର କରାଯାଇଛି । ଅର୍ଥାତ୍ ପୂର୍ବ ବର୍ଷ କାହାକୁ ଏହି ସମ୍ମାନ ଦିଆଯାଇ ନଥିବା କାରଣରୁ ଚଳିତ ବର୍ଷ ୫ ଜଣଙ୍କୁ ଏହି ସମ୍ମାନ ଦିଆଯାଇଛି ।

ଏଠାରେ ସୂଚାଇ ଦିଆଯାଇପାରେ କି ଏହି ପୁରସ୍କାର କେବଳ ଯେଉଁମାନଙ୍କୁ ପ୍ରଦାନ କରାଯାଉଛି ସେମାନଙ୍କ ଲାଗି ମହତ୍ତ୍ୱପୂୂ୍‌ର୍ଣ ଏହା ନୁହେଁ ବରଂ ପୁରା ଦେଶ ଲାଗି ବହୁତ ମହତ୍ତ୍ୱପୂର୍ଣ୍ଣ । ଏହା ସେହିମାନଙ୍କୁ ଦିଆଯାଇଥାଏ ଯେଉଁମାନେ ଭାରତର ସ୍ଥାୟୀ ବିକାଶ ଓ ପ୍ରଗତି ଲାଗି ଉତ୍କୃଷ୍ଟ ଯୋଗଦାନ କରିଛନ୍ତି ।

ତେବେ ଭାରତ ରତ୍ନ ଦେବାର ପରମ୍ପରା ଦେଶର ପ୍ରଥମ ରାଷ୍ଟ୍ରପତି ଡା. ରାଜେନ୍ଦ୍ର ପ୍ରସାଦ ୨ ଜାନୁୟାରୀ ୧୯୫୪ରେ ଆରମ୍ଭ କରିଥିଲେ । ପ୍ରାରମ୍ଭରେ ଏହି ସମ୍ମାନ ସାହିତ୍ୟ, କଳା, ବିଜ୍ଞାନ ଓ ସାମାଜିକ କ୍ଷେତ୍ରରେ କୌଣସି ବ୍ୟକ୍ତିବିଶେଷଙ୍କ ବିଶିଷ୍ଟ ଯୋଗଦାନ ଲାଗି ପ୍ରଦାନ କରାଯାଉଥିଲା । ପରେ ଏହାର ପରିସର ବୃଦ୍ଧି କରାଯାଇଥିଲା । ତେବେ ପ୍ରଥମେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ ହୋଇଥିଲେ ଡା. ସର୍ବପଲ୍ଲୀ ରାଧାକ୍ରିଷ୍ଣନ ଯିଏ ଏକାଧାରାରେ ଜଣେ ଦାର୍ଶନିକ, ରାଜନେତା ଓ ଶିକ୍ଷାବିଦ୍ ଥିଲେ ।

Get real time updates directly on you device, subscribe now.