fbpx

ବିଶ୍ୱବାସୀଙ୍କ ଆଶ୍ଚର୍ଯ୍ୟ! ଗଭୀର ସମୁଦ୍ର ଭିତରେ ଆବିଷ୍କାର ହେଲା ୩୦୦୦ ମିଟର ଉଚ୍ଚତା ବିଶିଷ୍ଟ ବିଶାଳକାୟ ପର୍ବତ

ନୂଆଦିଲ୍ଲୀ: ବୈଜ୍ଞାନିକମାନେ ମଣିଷ, ପଶୁ, ପକ୍ଷୀ, ବିଭିନ୍ନ ଜୀବଜନ୍ତୁ, ପୃଥିବୀ, ଜଳ, ବାୟୁ ଓ ଆକାଶକୁ ନେଇ ନିରନ୍ତର ଭାବେ ଗବେଷଣା ଜାରି ରଖିଛନ୍ତି । ଅନେକ ସମୟରେ ରିସର୍ଚ୍ଚ ଜରିଆରେ ନୂଆ ନୂଆ ତଥ୍ୟ ସମେତ ଅତୀତର ଅନେକ ଲୁକ୍କାୟିତ ଘଟଣାବଳୀ ଉଜାଗର ହୋଇଥାଏ । ତେବେ ଏହା ମଧ୍ୟରେ ବୈଜ୍ଞାନିକମାନେ ଗଭୀର ସମୁଦ୍ରର ଜଳରାଶି ଭିତରୁ ଏକ ବିଶାଳକାଳୟ ପର୍ବତର ଆବିଷ୍କାର କରିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି ଏହି ଉଚ୍ଚତମ ପର୍ବତର ଉଚ୍ଚତା ୩ କିଲୋମିଟରରୁ ଅଧିକ ହେବ ବୋଲି କୁହାଯାଉଛି । ଦକ୍ଷିଣ ଓ ମଧ୍ୟ ଆମେରିକାର ପଶ୍ଚିମ ତଟବର୍ତ୍ତୀ ସମୁଦ୍ର ଭିତରୁ ଏପରି ୪ଟି ନୂଆ ଆବିଷ୍କାର କରାଯାଇଛି । କାଲିଫର୍ଣ୍ଣିଆ ସ୍କିମଡିଟ ସାମୁଦ୍ରିକ ପ୍ରତିଷ୍ଠାନ ତରଫରୁ ଏନେଇ ସୂଚନା ଦିଆଯାଇଛି । ସମୁଦ୍ର ମଧ୍ୟରେ ରହିଥିବା ଏହି ବିଶାଳକାୟ ପର୍ବତ ବିଷୟରେ ଗତ ଜାନୁଆରୀ ମାସରେ ଜଣାପଡ଼ିଥିଲା । କୋଷ୍ଟାରିକାରୁ ଚିଲି ଅଭିମୁଖେ ଯିବା ସମୟରେ ଏକ ଟିମର ସଦସ୍ୟମାନେ ଏହାର ସୁରାକ ପାଇଥିଲେ । ତେବେ ଏନେଇ ସମ୍ପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିପାରି ନାହିଁ ।

ତେବେ ଆଶ୍ଚର୍ଯ୍ୟଜନକ କଥା ହେଉଛି, ୟୁନାଇଟେଡ ଅରବ ଏମିରେଟନ୍ସ (ୟୁଏଇ)ର ଦୁବାଇ ସହରରେ ଥିବା ବିଶ୍ୱର ସର୍ବୋଚ୍ଚ ଷ୍ଟ୍ରକଚର ବୁର୍ଜ ଖଲିଫାର ଉଚ୍ଚତା ଠାରୁ ଆବିଷ୍କୃତ ହୋଇଥିବା ଏହି ପର୍ବତର ଉଚ୍ଚତା ୩ ଗୁଣରୁ ଅଧିକ । ବୁର୍ଜ ଖଲିଫାର ଉଚ୍ଚତା ୮୨୯ ମିଟରୁ ସାମାନ୍ୟ ଅଧିକ ହୋଇଥିବା ଏହି ପର୍ବତର ଉଚ୍ଚତା ପାଖାପାଖି ୩୦୦୦ ମିଟର ହେବ ବୋଲି କୁହାଯାଇଛି । ତେବେ ଏପରି ସ୍ଥିତିରେ ଏହି ବିଶାଳକାୟ ପର୍ବତ ବିଷୟରେ ଭାବିଲା ବେଳକୁ ଯେ କେହି ବି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ଆଗାମୀ ଦିନରେ ଏହି ପର୍ବତକୁ ନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.