fbpx

ମୁଖ୍ୟମନ୍ତ୍ରୀ ଯୋଗୀଙ୍କୁ ବୋମା ପକାଇବାର ଦେଇଥିଲେ ଧମକ, ୨ ଅଭିଯୁକ୍ତ ଗିରଫ

AAKASH

ଲକ୍ଷ୍ନୌ : କିଛି ଦିନ ପୂର୍ବେ ଭାରତୀୟ କିସାନ ମଞ୍ଚର ସଭାପତି ଏବଂ ଭାରତୀୟ ଗୋ ସେବା ପରିଷଦର ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀଙ୍କ ପକ୍ଷରୁ ଅଯୋଧ୍ୟାର ଶ୍ରୀ ରାମ ମନ୍ଦିର, ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏବଂ ଏସଟିଏଫ ମୁଖ୍ୟ ଅମିତାଭ ଯଶଙ୍କୁ ଧମକ ଦେବା ପାଇଁ ଏକ ଇମେଲ ପଠାଯାଇଥିଲା। ଇମେଲରେ ଦାବି କରାଯାଇଛି ଯେ, ସେ ପାକିସ୍ତାନୀ ଗୁପ୍ତଚର ଏଜେନ୍ସି ଆଇଏସଆଇର ଜଣେ ଏଜେଣ୍ଟ। ଏହା ପରେ ପୋଲିସ ଏବଂ ଅନ୍ୟାନ୍ୟ ଅନୁସନ୍ଧାନକାରୀ ସଂସ୍ଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛାନ୍ତି। ଏହି ମାମଲାରେ ଏସଟିଏଫ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ଏସଟିଏଫ ଅନୁଯାୟୀ, ଭାରତ କିସାନ ମଞ୍ଚର ସଭାପତି ଏବଂ ଭାରତୀୟ ଗୋ ସେବା ପରିଷଦର ଅଧ୍ୟକ୍ଷ ଦେବେନ୍ଦ୍ର ତିୱାରୀ ନିଜେ ଏହି ଷଡଯନ୍ତ୍ର ରଚିଛନ୍ତି। ନିରାପତ୍ତା ପାଇବା ଏବଂ ଜଣେ ବଡ ନେତା ହେବା ପାଇଁ ଦେବେନ୍ଦ୍ର ତିୱାରୀ ନିଜ କର୍ମଚାରୀଙ୍କଠାରୁ ନିଜକୁ ଧମକପୂର୍ଣ୍ଣ ଇମେଲ ପଠାଇଥିଲେ। ଏହି ମାମଲାରେ ଏସଟିଏଫ ଦୁଇ ଅଭିଯୁକ୍ତ ତାହର ସିଂ ଏବଂ ଓମ ପ୍ରକାଶ ମିଶ୍ରଙ୍କୁ ଗିରଫ କରିଛି। ଏଥିସହ ମାଷ୍ଟରମାଇଣ୍ଡ ଦେବେନ୍ଦ୍ର ତିୱାରୀଙ୍କ ଅନୁସନ୍ଧାନ ଚାଲିଛି।

Get real time updates directly on you device, subscribe now.