fbpx

ମୋଦୀଙ୍କୁ ଖଣ୍ଡା ଉପହାର ଦେଲେ ‘ଝାନ୍ସୀ କି ରାଣୀ’ ଭବାନୀ ଦେବୀ

Advertisement

ନୂଆଦିଲ୍ଲୀ: ପ୍ରଥମ ଭାରତୀୟ ଭାବରେ ଫେନସିଂ(ଅଶୀ ଚାଳନା)ରେ ଅଲିମ୍ପିକ୍ସ ଯୋଗ୍ୟତା ଅର୍ଜନ କରି ଇତିହାସ ରଚିଥିବା ଭବାନୀ ଦେବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ସ୍ୱାଧୀନତା ଦିବସ ଅବସରରେ ଭବାନୀ ଦେବୀ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲେ । ଏହି ଅବସରରେ ସେ ମୋଦୀଙ୍କୁ ନିଜର ଏକ ଖଣ୍ଡା ଉପହାର ଦେଇଥିଲେ । ଏହା ସହିତ ପ୍ରଧାନମନ୍ତ୍ରୀଙ୍କ ସହିତ ଏହି ଭେଟକୁ ନେଇ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ମୋଦୀଙ୍କୁ ପ୍ରଶଂସା କରିଛନ୍ତି ଭବାନୀ ଦେବୀ ।

ଭବାନୀ ଲେଖିଛନ୍ତି ନିକଟରେ ମୁଁ ମୋର ପିତାଙ୍କୁ ହରାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ସହିତ କଥା ହେବା ପରେ ମୋର ପିତାଙ୍କ ସ୍ମୃତି ପୁନର୍ଜୀବିତ ହେବା ପରି ମନେ ହେଲା । ଫେନସିଂ ପରି ସ୍ପୋର୍ଟସରେ ଅଲିମ୍ପିକ ଯୋଗ୍ୟତା ପାଇଁ ପ୍ରଧାନମନ୍ତ୍ରୀ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ । ଆପଣ ଦେଶକୁ ଏକ ନୂତନ କ୍ରୀଡା ସହିତ ପରିଚୟ କରାଇଛନ୍ତିି । ଦେଶବାସୀଙ୍କୁ ଗର୍ବିତ କରାଇବା ସହିତ ଲକ୍ଷଲକ୍ଷ ନୂତନ ବାଳକ ବାଳିକାଙ୍କୁ ଏହି କ୍ରୀଡା ପ୍ରତି ଉତ୍ସାହିତ ହେବାରେ ସାହାଯ୍ୟ କରିଛନ୍ତି । ତୁମେ ହିଁ ଭାରତର ବାସ୍ତବ ଝାନ୍ସୀ କି ରାଣୀ ବୋଲି ମୋଦୀ କହିଥିିବା ନେଇ ଭବାନୀ ଦେବୀ ନିଜ ଟ୍ୱିଟ୍ଟର ଆକାଉଣ୍ଟରେ ଲେଖିଥିଲେ । ଏହା ସହିତ ବ୍ୟାଡମିଣ୍ଟନ ଖେଳାଳି ପିଭି ସିନ୍ଧୁ ମୋଦୀଙ୍କୁ ଏକ ର୍ୟାକେଟ ପ୍ରଦାନ କରିଛନ୍ତି ।

Get real time updates directly on you device, subscribe now.