fbpx

ଇତିହାସ ରଚିଲେ ଭବିନା; ପାରାଲିମ୍ପିକ୍ସରେ ପ୍ରଥମ ପଦକ ସୁନିଶ୍ଚିତ

ନୂଆଦିଲ୍ଲୀ: ଭାରତୀୟ ମହିଳା ଟିଟି ଖେଳାଳି ଭବିନା ବେନ୍ ପଟେଲ ଟୋକିଓରେ ଇତିହାସ ରଚିଛନ୍ତି । ପ୍ରଥମ ମହିଳା ଟିଟି ଖେଳାଳି ଭାବରେ ଭାରତ ପାଇଁ ପଦକ ହାସଲ କରିବାକୁ ଯାଉଛନ୍ତି । କ୍ୱାର୍ଟର ଫାଇନାଲରେ ବିଜୟୀ ହେବା ସହିତ ଅନ୍ୟୁନ ବ୍ରୋଞ୍ଜ ପଦକ ନିଶ୍ଚିତ କରିଛନ୍ତି ଭବିନା ।

ଶୁକ୍ରବାର ଭବିନା ପଟେଲ ରିଓ ସ୍ୱର୍ଣ୍ଣ ବିଜୟିନୀ ବ୍ଲୋରାସିଭା ରାଙ୍କୋଭିକଙ୍କୁ ପରାସ୍ତ କରିଛନ୍ତି । ବିଶ୍ୱ ମାନ୍ୟତାର ୨ ନମ୍ବରରେ ରହିଥିବା ରାଙ୍କୋଭିକଙ୍କୁ ୩-୦ରେ ପରାସ୍ତ କରିଥିଲେ ଭବିନା । ୧୧-୫, ୧୧-୬ ଓ ୧୧-୭ର ସିଧାସଳଖ ସେଟରେ ପରାସ୍ତ କରିବା ସହିତ ଭବିନା ଏହି ଐତିହାସିକ ମାଇଲଖୁଣ୍ଟ ହାସଲ କରିଛନ୍ତି । ଏହି ମ୍ୟାଚରେ ବିଜୟୀ ହେବା ପାଇଁ ଭବିନା ମାତ୍ର ୧୮ ମିନିଟ ସମୟ ନେଇଥିଲେ । ଭବିନାଙ୍କ ଏହି କୃତିତ୍ୱକୁ ନେଇ ପାରାଲିମ୍ପିକ୍ ଇଣ୍ଡିଆ ପକ୍ଷରୁ ଭବିନାଙ୍କୁ ଶୁଭେଚ୍ଛା ଜଣାଯାଇଛି । ସେମି ଫାଇନାଲ ମୁକାବିଲାରେ ଭବିନା ଚୀନର ମିଆଓ ଝାଙ୍ଗଙ୍କୁ ଭେଟିବେ ।

Get real time updates directly on you device, subscribe now.