CHARIDHAM

ଘରେ ପଶି ମହିଳାଙ୍କ ତଣ୍ଟି କାଟିଦେଲା ଯୁବକ

ଭବାନୀପାଟଣା: ଘରେ ପଶି ବିଧବା ମହିଳାଙ୍କ ତଣ୍ଟି କାଟିଦେଲା ଯୁବକ। ଏଭଳି ଏକ ସାଙ୍ଘାତିକ ଘଟଣା ଦେଖିବାକୁ ମିଳିଛି ଭବାନୀପାଟଣାର ସଦର ଥାନା ମୂଷିଗୁଡ଼ା ଗାଁରେ।

ଏହି ଗାଁରେ ଦେଖିବାକୁ ମିଳିଛି ଏକ ବିଭତ୍ସ ହତ୍ୟାକାଣ୍ଡ। ଯେଉଁଠି ଜଣେ ଯୁବକ ବିଧବା ମହିଳାଙ୍କ ଘରେ ପଶି ତାଙ୍କ ତଣ୍ଟି କାଟି ମାରିଦେଇଛନ୍ତି।

ହତ୍ୟାର କାରଣ ଅସ୍ପଷ୍ଟ ଥିବାବେଳେ ଅଭିଯୁକ୍ତ ଯୁବକ ଜଣଙ୍କ ଫେରାର ଅଛନ୍ତି। ଏହି ଘଟଣାରେ ବର୍ତ୍ତମାନ ପୋଲିସ ତଦନ୍ତ ଆରମ୍ଭ କରି ଅଭିଯୁକ୍ତଙ୍କୁ ଖୋଜୁଛି।