fbpx

କନିଷ୍ଠ ଯନ୍ତ୍ରୀ ନିଖୋଜ

କୋରାପୁଟ,୭ ।୧(ଓଡିଶା ଭାସ୍କର): କୋରାପୁଟ ବୋରିଗୁମ୍ମା ବ୍ଲକର ଗ୍ରାମ୍ୟ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ନିଖୋଜ ଥିବା ଅଭିଯୋଗ ହୋଇଛି । କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱର ରାଓ ଗତକାଲିଠାରୁ କାର୍ଯ୍ୟ ତଦାରଖ ହରଡଗୁଡା ପଞ୍ଚାୟତକୁ ଯାଇଥିବା ବେଳେ ଆଉ ଘରକୁ ଫେରିନଥିଲେ । ଏନେଇ ବୋରିଗୁମ୍ମା ଥାନାରେ ଭେଙ୍କେଟେଶ୍ୱରଙ୍କ ପରିବାର ଲୋକେ ଏତଲା ଦେଇଛନ୍ତି । ଏତଲା ପରେ କନିଷ୍ଠ ଯନ୍ତ୍ରୀ ଏମ ଭେଙ୍କେଟେଶ୍ୱରଙ୍କୁ ଖୋଜିବା ପାଇଁ ତଦନ୍ତ ଆରମ୍ଭ କରିଛି ପୋଲିସ ।

Get real time updates directly on you device, subscribe now.