fbpx

ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା

ସମ୍ବଲପୁର,୭ ।୧(ଓଡିଶା ଭାସ୍କର): ହୀରାକୁଦ ଜଳଭଣ୍ଡାରରେ ପକ୍ଷୀଗଣନା ଆରମ୍ଭ ହୋଇଛି । ପାୱାର କେନାଲ ଓ ୨ ମୁଖ୍ୟ କେନାଲ ଅଞ୍ଚଳରେ ମଧ୍ୟ ପକ୍ଷୀଗଣନା ହେବ । ପ୍ରାୟ ୨୧ଟି ଟିମ ପକ୍ଷୀଗଣନାରେ ସାମିଲ ହୋଇଛନ୍ତି । ୩ଟି ଡିଭିଜିନରେ ଏହି ଗଣନା ଆରମ୍ଭ ହୋଇଛି । ପ୍ରତି ସେକ୍ଟରରେ ଜଣେ ଲେଖାଁଏ ବିଶେଷଜ୍ଞ, କର୍ମଚାରୀ, ଉତ୍କଳ ବିଶ୍ୱବିଦ୍ୟାଳୟର ଛାତ୍ର, ଏନଜିଓ କର୍ମଚାରୀ ସାମିଲ ହୋଇଛନ୍ତି । ଏହି ପକ୍ଷୀଗଣନା ସକାଳ ୬ଟାରୁ ଆରମ୍ଭ ହୋଇ ଦିନ ୧୧ଟା ଯାଏଁ ଚାଲିବ । ଜଳଭଣ୍ଡାରର ହୀରାକୁଦ, ଝାରୁସୁଗୁଡା ଓ ସମ୍ବଲପୁର ଡିଭିଜନରେ ଏଥିପାଇଁ ୭୨ ଜଣ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି ।

Get real time updates directly on you device, subscribe now.