ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଫୁଟିଲା ଗୁଳି । ବାର୍ ବାଉନ୍ସରଙ୍କ ଉପରକୁ ଗୁଳିମାଡ଼ କରିଛନ୍ତି ଦୁର୍ବୃତ୍ତ ।
ବିଲ୍ ଦେବାକୁ ନେଇ ଦୁର୍ବୃତ୍ତ ଏବଂ ବାଉନ୍ସରଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଯାହାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହେଲା ।
ଏହାକୁ କେନ୍ଦ୍ର କରି ଦୁର୍ବୃତ୍ତମାନେ ବାଉନ୍ସରଙ୍କ ଉପରକୁ ୫ ରାଉଣ୍ଡ ଗୁଳିମାଡ଼ କଲେ । ଯେଉଁତିରେ ବାଉଂସର ଆହତ ହୋଇଥିବା ଜଣାପଡ଼ିଛି ।
ଗୁରୁତର ଅବସ୍ଥାରେ ପୋଲିସ ବାଉନ୍ସରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛି ।