fbpx

T-20 WC ଖେଳିବେ ଭୁବନେଶ୍ୱର କୁମାର! ବିଶ୍ୱକପ ଦଳ ଚୟନ ପୂର୍ବରୁ ଇସାରା କଲେ ଭୁବି

ନୂଆଦିଲ୍ଲୀ: ଟି-୨୦ ବିଶ୍ୱକପ ପାଇଁ ଖୁବଶୀଘ୍ର ଦଳ ଘୋଷଣା କରିବ ବିସିସିଆଇ । ମେ’ ୧ ତାରିଖ ସୁଦ୍ଧା ଏହି ଦଳ ଘୋଷଣା କରିବାର ଶେଷ ତାରିଖ ରହିଛଇ । ତେବେ ଏହା ପୂର୍ବରୁ ଟିମ ଇଣ୍ଡିଆର ଷ୍ଟାର ବୋଲର ଭୁବନେଶ୍ୱର କୁମାର ଅଧିନାୟକ ରୋହିତ ଶର୍ମାଙ୍କୁ ଏକ ଇସାରା କରିଛନ୍ତି । ତାଙ୍କର ଏହି ବୟାନରେ ସେ ନିଜ ବୋଲିଂକୁ ନେଇ କିଛି କହିଥିବା ବେଳେ ବିଶ୍ୱକପ ଚୟନ ପାଇଁ ଉପଲବ୍ଧ ଥିବା ନେଇ ଅଧିନାୟକ, ଚୟନ କମିଟି ଏବଂ ବୋର୍ଡକୁ ସଂକେତ ଦେଇଛନ୍ତି । ତେବେ ଦେଖିବାକୁ ବାକି ରହିଲା ବୋର୍ଡ ଏବଂ ଚୟନ କମିଟି ଏ ନେଇ କ’ଣ ନିଷ୍ପତ୍ତି ନେଉଛନ୍ତି ।

ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷ ମ୍ୟାଚରେ ୱିକେଟ ସଂଖ୍ୟା କମ୍ ରହିଥିଲେ ମଧ୍ୟ ଦମଦାର ବୋଲିଂ କରିଛନ୍ତି ଭୁବନେଶ୍ୱର କୁମାର । ହାଇ ସ୍କୋରିଙ୍ଗ ମ୍ୟାଚରେ ୪ ଓଭରରେ ୩୩ ରନ୍ ଖର୍ଚ୍ଚ କରି ଗୋଟିଏ ସଫଳତା ପାଇଛନ୍ତି ଭୁବନେଶ୍ୱର । ତେବେ ଏହି ମ୍ୟାଚ ପରେ ସେ ନିଜ ବୋଲିଂକୁ ନେଇ ଏକ ବୟାନ ଦେଇଛନ୍ତି । ତାଙ୍କ କହିବା ଅନୁସାରେ, ଭୁବନେଶ୍ୱର ନିଜ ବୋଲିଂକୁ ନେଇ ଖୁବ ଖୁସି ରହିଛନ୍ତି । ବର୍ତ୍ତମାନ ବୋଲିଂରେ ଅନେକ ଜିନିଷ ଠିକ୍ ରହିଛି । ସେ କହିଛନ୍ତି ଯେ, ୱିକେଟ ଅଧିକ ହାସଲ କରି ପାରି ନଥିଲେ ମଧ୍ୟ ଟିମର ଗେମ୍ ପ୍ଲାନିଙ୍ଗ ଅନୁସାରେ ସେ ସଠିକ ବୋଲିଂ କରିବାରେ ସଫଳ ହୋଇଛନ୍ତି । ତେବେ ସମୟ ଅନୁସାରେ, ପୁଣିଥରେ ବୋଲିେଂରେ ୱିକେଟ ସଂଖ୍ୟା ମଧ୍ୟ ବୃଦ୍ଧି ହୋଇପାରେ ।

ତେବେ ଟି-୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଚୟନ ହେବାକୁ ଥିବା ବେଳେ ଭୁବନେଶ୍ୱରଙ୍କ ଏହି ବୟାନ କିଛିଇସାରା କରୁଛି । ବିଶ୍ୱକପ ପାଇଁ ସେ ଉପଲବ୍ଧ ଏବଂ ପ୍ରସ୍ତୁତ ବୋଲି ବିସିସିଆଇ, ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମାଙ୍କୁ ସଂକେତ ଦେଇଛନ୍ତି । ତେବେ ଭୁବିଙ୍କ ବୋଲିଂରେ କୌଣସି ସମସ୍ୟା ନଥିଲା, କିନ୍ତୁ ସ୍ପିଡ କମ୍ ରହୁଥିବାରୁ ଦଳରୁ ସେ ବର୍ତ୍ତମାନ ବାଦ୍ ପଡ଼ିଛନ୍ତି । ତେବେ ବର୍ତ୍ତମାନ ବୋଲିଂରେ ସବୁକିଛି ଠିକ ଚାଲିବାର ଅର୍ଥ ସ୍ପିଡ ମଧ୍ୟ ବଢିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଚୟନ କମିଟି ଭୁବନେଶ୍ୱରଙ୍କୁ ଦଳରେ ସୁଯୋଗ ଦେବ କି ନାହିଁ, ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.