fbpx

(Video) ମଟନ୍ ଝୋଳରେ ଜମିଲା ପହିଲି ରଜ: ୫ କୋଟି ଟଙ୍କାର Non-Veg ଖାଇଗଲେ ଭୁବନେଶ୍ୱର ବାସୀ

AAKASH

ଓଡ଼ିଶା ଭାସ୍କର: ସରିଲା ପହିଲି ରଜ । ଆଜି ରଜ ସଂକ୍ରାନ୍ତି ପାଳୁଛି ସାରା ଓଡ଼ିଶା । କିନ୍ତୁ ସଂକ୍ରାନ୍ତି ପୂର୍ବରୁ ଆମିଷ ମାଡ଼ରେ ପହିଲି ରଜର ଖୁବ ମଜା ଉଠାଇଛନ୍ତି ଭୁବନେଶ୍ୱର ବାସୀ । ମାଛ, ମାଂସ ଇତ୍ୟାଦି ଆମିଷ ଆଇଟମରେ ପହିଲି ରଜ ମସାଲାଦାର ହୋଇଛି । ଘରେ ଘରେ ମାଛ-ମାଂସର ଆସର । ରଜ ପାଳିବା ପାଇଁ ରାଜଧାନୀବାସୀଙ୍କ ସାଥ୍ ପାଲଟିଛି ନନ୍ ଭେଜ୍ ଫୁଡ ଆଇଟମ୍ । ପହିଲି ରଜରେ କେବଳ ଭୁବନେଶ୍ୱର ସହରରେ ବିକ୍ରି ହୋଇଛି ୫ କୋଟି ଟଙ୍କାର ଆମିଷ । ପହିଲି ରଜ ଶୁକ୍ରବାର ଆମିଷ ବାର ଥିବାରୁ ଏହି ସୁଯୋଗର ଫାଇଦା ଉଠାଇଛନ୍ତି ରାଜଧାନୀ ବାସୀ । ଘରକୁ ବୋହି ନେଇଛନ୍ତି ଚିକେନ୍, ମଟନ୍ ସହିତ ମାଛ ଏବଂ ଅନ୍ୟାନ୍ୟ ନନ୍ ଭେଜ୍ ଆଇଟମ୍ । ଘରେ ଘରେ ଆମିଷ ଝୋଳ ସହ ପାଳନ ହୋଇଛି ରଜପର୍ବର ପ୍ରଥମ ଦିନ ।

ସୂଚନା ଅନୁସାରେ, ପହିଲି ରଜରେ ଆମିଷ ବେପାର ମୋଟ ସାଢେ ୪ କୋଟି ପାର୍ ହୋଇଛି । ବିଭିନ୍ନ ବସ୍ତି ଏବଂ କ୍ôଲରେ ମଧ୍ୟ ଭୋଜି ଆୟୋଜନ ସାଙ୍ଗକୁ ଘରେ ଘରେ ରଜ ପାଳିବା ପାଇଁ ଆମିଷ ଦୋକାନରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଥିଲା । ରଜପର୍ବର ପ୍ରଥମ ଦିନରେ ମାଛ ପ୍ରାୟ ୨.୪୪ କୋଟି ଟଙ୍କାର ବିକ୍ରି ହୋଇଥିବା ବେଳେ ୨.୫ କୋଟ ଟଙ୍କାର ଚିକେନ୍ ଏବଂ ଟନ୍ ବିକ୍ରି ହୋଇଛି । ଏ ନେଇ ଅଲ୍ ଓଡ଼ିଶା ନନ୍ ଭେଜ୍ ଟ୍ରେଡର୍ସ ଆସୋସିଏସନ୍ ପକ୍ଷରୁ ସୂଚନା ଦିଆଯାଇଛି । ପହିଲି ରଜରେ ଆମିଷ ରୋଷେଇ କରିବା ପାଇଁ ସକାଳୁ ସକାଳୁ ଭୁବନେଶ୍ୱରର ୟୁନିଟ୍-୪, ୟୁନିଟ-୮, ଡୁମଡୁମା, ପଟିଆ ଏବଂ ପୁରୁଣା ଭୁବନେଶ୍ୱରରେ ପ୍ରାୟ ୧୫୦୦ଟି ଚିକେନ୍ କାଉଣ୍ଟର ଏବଂ ୨ ହଜାର ମାଛ ଦୋକାନରେ ଲୋକଙ୍କ ଗହଳି ଜମିଥିଲା ।

ଚିକେନ୍-ମଟନ୍ ସାଙ୍ଗକୁ ମାଛ ଆଇଟମ୍ ଭିତରେ ଲୋକଙ୍କର ବେଶୀ ଡିମାଣ୍ଡ ଥିଲା ମାଛ ଉପରେ । ମାଛ କିଲୋ ୧୬୦-୨୦୦ ଭିତରେ ରହିଥିବା ବେଳେ କଙ୍କଡ଼ାର ରେଟ୍ ୩୫୦ ଟଙ୍କାରୁ ଆରମ୍ଭ କରି ୧୨୦୦ ଟଙ୍କା ପର୍ଯ୍ୟନ୍ତ ରହିଥିଲା । ତେବେ ଚିକେନ୍ କିଲୋ ପିଛା ୬୫୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହୋଇଥିଲା । ମଟନ୍ ରେଟ୍ ୬୦୦ ଟଙ୍କାରୁ ୮୦୦ ଟଙ୍କା ଥିଲେ ମଧ୍ୟ ଏହା ଖୁବ ବିକ୍ରି ହୋଇଛି । ତେବେ ରିପୋର୍ଟ ଅନୁସାରେ, ପହିଲି ରଜ ପାଇଁ କେବଳ ବାଲିପାଟଣାରେ ୬୫୦ କ୍ୱିଣ୍ଟାଲ ଖାସି ମାଂସ ବିକ୍ରି ହୋଇଛି । ବାଲିପାଟଣା ବ୍ଲକର ୧୭ଟି ପଞ୍ଚାୟତରେ ୫୫ଟି ଦୋକାନରେ ଖାସି ମାଂସ ଦର ୭୦୦-୭୫୦ ଟଙ୍କା ରହିଥିଲା । ଏହାପରେ ମଧ୍ୟ ଲୋକଙ୍କୁ ଏହି ଦର କିଛି ଫରକ ପକାଇନି । ଆମିଷ ଭୋଜନ କରି ପହିଲି ରଜ ପାଳନ କରିଛି ସାରା ଭୁବନେଶ୍ୱର ସହର ।

Get real time updates directly on you device, subscribe now.