fbpx
BJD
BJD SKY
BJD SKY

୪୪ ଟପିଲା ଭୁବନେଶ୍ୱରର ତାପମାତ୍ରା: ଆହୁରି ୫ ଦିନ ପର୍ଯ୍ୟନ୍ତ ମିଳିବନି ନିସ୍ତାର

BJD

ଭୁବନେଶ୍ୱର: କେରଳରେ ମୌସୂମୀ ପାଦ ଥାପି ସାରିଛି । ସେପଟେ ଆସନ୍ତା ୨/୪ ଦିନ ମଧ୍ୟରେ ଓଡିଶା ଛୁଇଁପାରେ ମୋøସୂମୀ । ଏହାପରେ ବି ଓଡିଶାରେ ଜାରି ରହିଛି ପ୍ରଚଣ୍ଡ ଖରାର ତାଣ୍ଡବ । ଆଜି ରାଜ୍ୟରେ ତାପମାତ୍ରା ୪୪ ଡିଗ୍ରୀ ପାର କରିଛି । ପ୍ରଚଣ୍ଡ କରା ସାଙ୍ଗକୁ ପ୍ରବଳ ତାତି ରାଜଧାନୀର ବିଭିନ୍ନ ଅଞ୍ଚଳକୁ ହନ୍ତସନ୍ତ କରୁଛି । ଆଜି ସାଢେ ୨ଟା ସୁଦ୍ଧା ଭୁବନେଶ୍ୱରର ତାପମାତ୍ରା ୪୪.୪ ଡିଗ୍ରୀ ହୋଇଥିବା ରେକର୍ଡ କରାଯାଇଛି ।

ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ମଧ୍ୟ ପ୍ରବଳ ଖରା ହେଉଥିବା ରେକର୍ଡ ହୋଇଛି । ତେବେ ପାଣିପାଗ ବିଭାଗ ଅନୁଯାୟୀ ଝାରସୁଗୁଡାରେ ରାଜ୍ୟର ସର୍ବାଧିକ ତାପମାତ୍ରା ୪୪.୬ ଡିଗ୍ରୀରେ ପହଞ୍ଚିଛି । ଆଗାମୀ ୫ ଦିନ ପର୍ଯ୍ୟନ୍ତ ଏହି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି । ସେହିପରି ୩ ଦିନ ପର୍ଯ୍ୟନ୍ତ ଉପକୂଳରେ ଭୀଷଣ ଗ୍ରୀଷ୍ମ ପ୍ରବାହ ସମ୍ଭାବନା ମଧ୍ୟ ରହିଛି । ୫ ଦିନ ପର୍ଯ୍ୟନ୍ତ ପଶ୍ଚିମ ଓଡିଶାରେ ଭୀଷଣ ଗ୍ରୀଷ୍ମ ପ୍ରବାହ ହେବା ନେଇ ସମ୍ଭାବନା ଜାରି କରିଛି ପାଣିପାଗ ବିଭାଗ । ଏ ନେଇ ୧୫ଟି ଜିଲ୍ଲାକୁ ହିଟ ୱେଭ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ତାଲିକାରେ କେନ୍ଦୁଝର, ମୟୁରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାକୁ ୱାର୍ଣ୍ଣି ଜାରି ହୋଇଛି । ସେହିପରି ସମ୍ବଲପୁର, ବରଗଡ, ଦେବଗଡ, ବୌଦ୍ଧ, ବଲାଙ୍ଗୀର, ନୟାଗଡକୁ ମଧ୍ୟ ସତର୍କ କରାଇଛି ପାଣିପାଗ ବିଭାଗ । ବୃଦ୍ଧି ପାଉଥିବା ତାପମାତ୍ରାକୁ ଆଖି ଆଗରେ ରଖି ବିଶେଷ ସତର୍କତା ଅବଲମ୍ବନ କରିବା ପାଇଁ ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.