fbpx

ମହିଳା IPS ଯୌନ ନିର୍ଯାତନା ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ତାମିଲନାଡୁର ପୂର୍ବତନ DGP, ମିଳିଲା ୩ ବର୍ଷର ଦଣ୍ଡ

ତାମିଲନାଡୁ : ମହିଳା IPS ଅଫିସର ଯୌନ ନିର୍ଯାତନା ମାମଲାରେ ତାମିଲନାଡୁର ପୂର୍ବ DGP ରାଜେଶ ଦାସଙ୍କୁ ଆଜି ୩ ବର୍ଷ ଜେଲ ଦଣ୍ଡାର ଆଦେଶ ହୋଇଛି । ଭିଲୁପୁରମର କୋର୍ଟ ଏହି ଦଣ୍ଡାଦେଶ ଶୁଣାଣି କରିଛନ୍ତି ।

ସୂଚନା ଅନୁଯାୟୀ, ମହିଳା IPS ଅଫିସର ଫେବୃୟାରୀ ୨୦୨୧ରେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । ଅନ୍ନାଦ୍ରମୁକ ସରକାରରଙ୍କ ତତକାଳୀନ ସିଏମ ଏଡପ୍ପାଦୀର ପଲାନୀସ୍ୱାମୀଙ୍କ ସୁରକ୍ଷା ଡ୍ୟୁଟିରେ ଥିବା ରାଜେଶ ଦାସଙ୍କ ଉପରେ ମହିଳା IPS ଅଫିସର ଯୌନ ନିର୍ଯାତନାର ଆରୋପ ଲଗାଇଥିଲେ । ସରକାର ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ରାଜେଶ ଦାସଙ୍କୁ ଚାକୀରିରୁ ନିଲମ୍ବିତ କରିଥିଲେ । ଏହାପରେ ତୁରନ୍ତ ଯାଞ୍ଚ ପାଇଁ ଛଅ ଜଣିଆ ସମିତି ଗଠନ କରିଥିଲେ ।

କୋର୍ଟରେ ଏହି ମାମଲାର ଶୁଣାଣୀ ସମୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ସଦସ୍ୟ କହିଛନ୍ତି, “ପୋଲିସ କର୍ମଚାରୀଙ୍କ ସମେତ ୬୮ ଜଣ ଲୋକଙ୍କ ବିବୃତ୍ତି ରେକର୍ଡ କରାଯାଇଛି ।” ଏହାପରେ ଘଟଣାଟି ୨୦୨୧ର ନିର୍ବାଚନ ପ୍ରସଙ୍ଗରେ ପରିଣତ ହୋଇଥିଲା । ବିପକ୍ଷ ଦଳର ନେତା ଏମକେ ଷ୍ଟାଲିନ ପଦବୀକୁ ଆସିବା ପରେ ଉଚିତ ପ୍ରକ୍ରିୟାରେ ଦଣ୍ଡ ଶୁଣାଇଥିଲେ ।

 

Get real time updates directly on you device, subscribe now.