fbpx
BSKY SKY
BSKY SKY

ବ୍ୟାଙ୍କ ଲକରକୁ ନେଇ ନିୟମ ବଦଳାଇଲା SBI : ଜାଣନ୍ତୁ ଏବେ କେତେ ଦେବାକୁ ପଡ଼ିବ ଚାର୍ଜ ?

BSKY

ନୂଆଦିଲ୍ଲୀ: ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆର ଗ୍ରାହକଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଖବର ଆସିଛିି । ଯଦି ଆପଣଙ୍କର ଏହି ବ୍ୟାଙ୍କରେ ଆକାଉଣ୍ଟ ଅଛି ତେବେ ଏକ ନୂଆ ଅପଡେଟ ଆସିଛି । ବ୍ୟାଙ୍କ ଲକର ସମ୍ବନ୍ଧୀୟ ନିୟମକୁ ଏସବିଆଇ ପରିବର୍ତ୍ତନ କରିଛି । ନୂଆ ନିୟମ ଶୀଘ୍ର କାର୍ଯ୍ୟକାରୀ ହେବ । ବ୍ୟାଙ୍କ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛି । ଷ୍ଟେଟ ବ୍ୟାଙ୍କ ଟ୍ୱିଟ କରି କହିଛି ଯେ, ଏହା ଲକର ନିୟମକୁ ବଦଳାଇ ଦେଇଛି । ଗ୍ରାହକ ଅଧିକାରକୁ ଅନ୍ତର୍ଭୁକ୍ତ କରି ବ୍ୟାଙ୍କ ସଂଶୋଧିତ / ସପ୍ଲିମେଣ୍ଟାରୀ ଲକର ଚୁକ୍ତିନାମା ଜାରି କରିଛି । ଲକର ସୁବିଧା ପାଇଥିବା ଗ୍ରାହକମାନଙ୍କୁ ସେମାନଙ୍କର ଲକର ଥିବା ବ୍ୟାଙ୍କ ବ୍ରାଞ୍ଚ ନିକଟକୁ ଯିବାକୁ ଅନୁରୋଧ କରାଯାଇଛି ।

୩୦ ସେପ୍ଟେମ୍ବରରୁ ଲାଗୁ ହେବ ନୂଆ ନିୟମ :-
ଏସବିଆଇର ନୂଆ ବ୍ୟାଙ୍କ ଲକର ନିୟମ ୩୦ ସେପ୍ଟେମ୍ବରରୁ ଲାଗୁ ହେବ । ବ୍ୟାଙ୍କ ଗ୍ରାହକମାନଙ୍କୁ ଲକର ଚୁକ୍ତି ଅପଡେଟ୍ କରିବାକୁ କହିଛି । ଗ୍ରାହକଙ୍କ ପାଇଁ ଲକର ଚାର୍ଜ ଆକାର ଏବଂ ଅବସ୍ଥାନ ଆଧାରରେ ଅଲଗା ହେବ । କ୍ଷୁଦ୍ର ଏବଂ ମଧ୍ୟମ ଆକାରର ଲକରଗୁଡିକ ଉପରେ ଜିଏସ୍ଟି ସହିତ ୫୦୦ ଟଙ୍କା ଆଦାୟ କରାଯିବ । ଏହା ସହ ବଡ଼ ଲକରଗୁଡିକରେ ୧୦୦୦ ଟଙ୍କା ର ପଞ୍ଜୀକରଣ ଏବଂ ଜିଏସ୍ଟି ଲାଗିବ ।

ବ୍ୟାଙ୍କ ଲକର ଖୋଲିବାର ନିୟମ କ’ଣ?
ଆରବିଆଇର ନିର୍ଦ୍ଦେଶାବଳୀ ଅନୁଯାୟୀ, ବ୍ୟାଙ୍କ ଅଧିକାରୀ ଏବଂ ଦୁଇ ଜଣ ସ୍ୱାଧୀନ ସାକ୍ଷୀଙ୍କ ଉପସ୍ଥିତିରେ ଲକରଗୁଡ଼ିକ ଖୋଲାଯିବା ଉଚିତ୍ । ସେହି ସମୟରେ ସମଗ୍ର ପ୍ରକ୍ରିୟାର ଭିଡିଓ ରେକର୍ଡିଂ କରାଯିବା ଉଚିତ । ଲକର ଖୋଲିବା ପରେ ସମଗ୍ରୀ ସେଲଫ୍ ଭିତରେ ଏକ ସବିଶେଷ ତାଲିକା ସହିତ ଏକ ସିଲ୍ କଭରରେ ରଖାଯିବ, ଯେପର୍ଯ୍ୟନ୍ତ ଗ୍ରାହକ ଏହାକୁ ଦାବି ନକରନ୍ତି ।

ଚାର୍ଜ କେତେ ହେବ?
-ସହର ଏବଂ ମେଟ୍ରୋ ସହରଗୁଡିକରେ ଛୋଟ ଲକର ପାଇଁ ଏସବିଆଇ ଗ୍ରାହକଙ୍କୁ ୨,୦୦୦ + ଜିଏସ୍ଟି ଦେବାକୁ ପଡିବ ।

-ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଜିଏସ୍ଟି ବ୍ୟତୀତ ଛୋଟ ଲକର ପାଇଁ ୧୫୦୦ ଟଙ୍କା ଦେବାକୁ ପଡିବ ।

-ସହର ଏବଂ ମେଟ୍ରୋ ସହରଗୁଡ଼ିକରେ ମଧ୍ୟମ ଆକାରର ଲକରଗୁଡ଼ିକର ମୂଲ୍ୟ ୪୦୦୦ + ଜିଏସ୍ଟି ହେବ ।
-ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ମଧ୍ୟମ ଆକାରର ଲକରକୁ ୩୦୦୦ ଟଙ୍କା ଆଦାୟ କରାଯିବ ।

-ମେଟ୍ରୋ ସହରରେ ବଡ଼ ଆକାରର ଲକର କିଣୁଥିବା ଗ୍ରାହକଙ୍କଠାରୁ ୮ ହଜାର ଟଙ୍କା + ଜିଏସ୍ଟି ଆଦାୟ କରାଯିବ ।

-ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ବଡ଼ ଆକାରର ଲକର ପାଇଁ ୬,୦୦୦ + ଜିଏସ୍ଟି ଆଦାୟ କରାଯିବ ।
-ପ୍ରମୁଖ ସହର ଏବଂ ମେଟ୍ରୋଗୁଡିକର ସବୁଠାରୁ ବଡ ଲକର ପାଇଁ ୧୨,୦୦୦ ଟଙ୍କା +ଜିଏସ୍ଟି ଦେବାକୁ ପଡିବ ।
-ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ସର୍ବ ବୃହତ ଲକର ପାଇଁ ଚାର୍ଜ ୯,୦୦୦ + ଜିଏସ୍ଟି ହେବ ।

Get real time updates directly on you device, subscribe now.