fbpx

ନୂଆ ସରକାର ନୂଆ ନିଷ୍ପତ୍ତି: ୧୦ IAS ଅଧିକାରୀ ବଦଳିଲେ

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନୂଆ ସରକାର ଗଠନ ହେବା ପରେ କଂଗ୍ରେସ ରାଜ୍ୟବାସୀଙ୍କୁ ଦେଇଥିବା ସମସ୍ତ ପୂର୍ବ ପ୍ରତିଶ୍ରୁତି ପୂରଣ କରୁଛି । ପୂର୍ବରୁ ବିଜେପି ସରକାର ଲାଗୁ କରିଥିବା ‘ରୂପାନ୍ତର ବିରୋଧୀ ଆଇନ’କୁ କଂଗ୍ରେସ ସରକାର ଉଠାଇ ଦେଇଛି । ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସରକାର ଆସନ୍ତା ଜୁଲାଇ ୩ରୁ ଆରମ୍ଭ ହେବା ଥିବା ବିଧାନସଭା ଅଧିବେଶନରେ ଏକ ବିଲ୍ ଆଗତ କରିବେ ।

ତେବେ ଏହା ମଧ୍ୟରେ କର୍ଣ୍ଣାଟକ ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ଆଜି ରାଜ୍ୟ ସରକାର ୧୦ ଜଣ ସର୍ବଭାରତୀୟ ପ୍ରଶାସନିକ ସେବା (ଆଇଏଏସ) ଅଧିକାରୀଙ୍କୁ ଟ୍ରାନ୍ସଫର କରିଛନ୍ତି । ନୂଆ ସରକାର ଗଠନ ହେବାର କିଛିଦିନ ପରେ ସିଦ୍ଧରମୈୟା ସରକାର ପ୍ରଥମ ଥର ପାଇଁ ପ୍ରଶାସନିକ ଅଧିକାରୀଙ୍କୁ ଟ୍ରାନ୍ସଫର ନେଇ ଆଦେଶ ଜାରି କରିଛନ୍ତି । ତେବେ ସରକାରଙ୍କ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ ଅନେକ ବଡ଼ ବଡ଼ ଅଧିକାରୀଙ୍କ ନାମ ସାମିଲ ରହିଛି । ଦୀର୍ଘ ଦିନ ପରେ କର୍ଣ୍ଣାଟକରେ ଆଇଏଏସ ଅଧିକାରୀ ସ୍ତରରେ ଏକ ବଡ଼ ଧରଣର ଅଦଳବଦଳ ହୋଇଛି ।

ନିକଟରେ ହୋଇଥିବା ବିଧାନସଭା ନିର୍ବାଚନରେ କଂଗ୍ରେସ ଶାସକ ବିଜେପିକୁ ପରାସ୍ତ କରି ସରକାର ଗଠନ କରିଥିଲା । ବହୁ ସମୟ ଧରି ତର୍ଜମା କରିବା ପରେ ଶେଷରେ ସିଦ୍ଧରମୈୟା ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ନୂଆ ସରକାର ଗଠନ ହେବା ପରେ ସିଦ୍ଧରମୈୟା ସରକାରଙ୍କର ପ୍ରଶାସନିକ ଅଧିକାରୀଙ୍କ ଅଦଳବଦଳ ସବୁଠାରୁ ବଡ଼ ନିଷ୍ପତ୍ତି । ତେବେ ଅଚାନକ ସରକାର ଏହି ନିଷ୍ପତ୍ତି କ’ଣ ପାଇଁ ନେଲେ ତାହା ସ୍ପଷ୍ଟ ହୋଇ ନାହିଁ ।

Get real time updates directly on you device, subscribe now.