fbpx
BJD
BJD SKY
BJD SKY

ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ହେବ ସମ୍ପୂର୍ଣ୍ଣ ଟିକାକରଣରେ ପ୍ରଥମ ସହର । ଚଳିତ ମାସ ଶେଷ ସୁଦ୍ଧା ସହରକୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମସି) ପକ୍ଷରୁ ଲକ୍ଷ୍ୟଧାର୍ଯ୍ୟ ହୋଇଥିବା ଜଣାପଡ଼ିଛି । ଆସନ୍ତାକାଲିଠାରୁ ସହରରେ ଅନସ୍ପଷ୍ଟ ଟିକାକରଣ ଅଭିଯାନ ଆରମ୍ଭ କରାଯିବ ବୋଲି ବିଏମସି ପକ୍ଷରୁ କୁହାଯାଇଛି ।

ପ୍ରଥମ ଡୋଜ୍ ଟିକା ନେଇନଥିବା ବ୍ୟକ୍ତି ସ୍ଲଟ୍ ବୁକିଂ କରିନଥିଲେ ମଧ୍ୟ ଟିକାକେନ୍ଦ୍ରକୁ ଯାଇ ଟିକା ନେଇପାରିବେ । ଜୁଲାଇ ମାସ ୫ ତାରିଖରୁ ୧୦ ତାରିଖ ମଧ୍ୟରେ ଏହି ଅଭିଯାନ ଚାଲିବାକୁ ଥିବାବେଳେ ହିତାଧିକାରୀମାନେ ଆଧାରକାର୍ଡ ଦେଖାଇ ଟିକା ଦେଇପାରିବେ ବୋଲି କୁହାଯାଇଛି । ଜୁଲାଇ ମାସ ୨ ତାରିଖ ସୁଦ୍ଧା ଭୁବନେଶ୍ୱରରେ ମୋଟ ୧୪ ଲକ୍ଷ ୫୫ ହଜାର ୪୫୫ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ସେମାନଙ୍କ ମଧ୍ୟରୁ ୯ ଲକ୍ଷ ୪୫ ହଜାର ୭୮ ଜଣ ପ୍ରଥମ ଡୋଜ୍ ଓ ୫ ଲକ୍ଷ ୧୦ ହଜାର ୩୭୭ ଜଣଙ୍କୁ ଦ୍ୱିତୀୟ ଡୋଜ୍ ପ୍ରଦାନ କରାଯାଇଥିବା ବିଏମସି ଡେପୁଟି କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.