fbpx

କଟକଣା ହଟିଲେ ପୁଣି ମାଡ଼ିଯିବ କରୋନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନାର ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ତୃତୀୟ ଲହର ଆସିବା ନେଇ ଆଶଙ୍କା ବୃଦ୍ଧି ପାଉଛି । ଏହାରି ମଧ୍ୟରେ ତୃତୀୟ ଲହରକୁ ନେଇ ବଡ଼ ଆକଳନ କରିଛି କାନପୁର ଆଇଆଇଟି । ବିଶେଷଜ୍ଞଙ୍କ ମତରେ, କରୋନାର ତୃତୀୟ ଲହର ବଡ଼ ଆକାରରେ ଆସିନପାରେ । କିନ୍ତୁ ନଭେମ୍ବର ଯାଏଁ କଟକଣା ରହିବା ଆବଶ୍ୟକ ରହିଛି । ଟିକାକରଣ ଶେଷ କରିବା ତୃତୀୟ ଲହର ମୁକାବିଲାର ମୂଳମନ୍ତ୍ର ହେବା ଦରକାର । କୋଭିଡ ଗାଇଡଲାଇନ୍ କଡାକଡି ପାଳନ କରିବାକୁ କାନପୁର ଆଇଆଇଟି ମଡେଲରେ କୁହାଯାଇଛି । କୋଭିଡ ନିୟମକୁ ପାଳନ କଳେ ତୃତୀୟ ଲହରକୁ ଏଡ଼ାଯାଇପାରିବ ବୋଲି କାନପୁର ଆଇଆଇଟିର ଗବେଷକ କହିଛନ୍ତି ।

ତେବେ କରୋନାର ତୃତୀୟ ଲହରକୁ ନେଇ ଆଇଆଇଟି କାନପୁରର ଆକଳନ ପରେ ସତର୍କ କରାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର । ସେ କହିଛନ୍ତି ଯେ, ‘କରୋନା କଟକଣା କୋହଳ ହେବା ଅନୁଚି୍ତ । ନଭେମ୍ବର ଯାଏଁ କଟକଣା ରହିବା ଆବଶ୍ୟକ । ଟିକା ନେବା ପାଇଁ ଅନାଗ୍ରହ ବ୍ୟକ୍ତିମାନେ ସାବଧାନ୍ ରୁହନ୍ତୁ । କାରଣ, ସେମାନେ ତୃତୀୟ ଲହର ସଂକ୍ରମଣର ସୁପରସ୍ପ୍ରେଡର ହୋଇପାରନ୍ତି । ତୃତୀୟ ଲହର ନଭେମ୍ବରରେ ଆସିବାର ସମ୍ଭାବନା ଥିବାରୁ ଟିକାକରଣକୁ ଗୁରୁତ୍ୱ ଦେବା ସହ କଟକଣା ରହିବା ଜରୁରୀ ।’

Get real time updates directly on you device, subscribe now.