fbpx

ଭୁବନେଶ୍ୱର ସିଭ୍‌ଲ କୋର୍ଟରେ କରୋନା ଆତଙ୍କ: ଏକାଧିକ କର୍ମଚାରୀ ସଂକ୍ରମିତ ଚିହ୍ନଟ, ୨ ଦିନ ପାଇଁ କାର୍ଯ୍ୟାଳୟ ସିଲ୍

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍) : ଭୁବନେଶ୍ୱର ସିଭ୍‌ଲ କୋର୍ଟରୁ ପୁଣି ଆତଙ୍କ ଖେଳାଇଲା କରୋନା।  ଏକାଧିକ କର୍ମଚାରୀ କୋଭିଡ଼ ପଜିଟିଭ୍‌ ବାହାରିବା ପରେ କୋର୍ଟକୁ  ସିଲ୍‌ କରିଛି ବିଏମ୍‌ସି ।  ଦୁଇ ଦିନ ଅର୍ଥାତ ୧୮ ଏବଂ ୧୯ ତାରିଖ କୋର୍ଟ କାର୍ଯ୍ୟାଳୟ ବନ୍ଦ ରହିବ । ତେଣୁ ଏହି ସମୟରେ ସାଧାରଣ ଲୋକଙ୍କୁ କୋର୍ଟ ଆସିବାକୁ ବାରଣ କରାଯାଇଛି । ସେପଟେ ଜରୁରୀ ଶୁଣାଣି ଥିଲେ ଭର୍ଚୁଆଲ ମୋଡ୍‌ରେ କାର୍ଯ୍ୟ କରାଯିବା ନେଇ ଜିଲ୍ଲା ଜଜ୍‌ ନିର୍ଦ୍ଦେଶ ଦେଇଛନ୍ତି । ଗତ ଦୁଇଦିନ ହେବ କୋର୍ଟ ପରିସରରୁ ୧୭ ଜଣକ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ଏଣୁ ବିଏମ୍‌ସ ପକ୍ଷରୁ କୋର୍ଟ ପରିସରକୁ ବିଶୋଷଧ କରାଯାଇଥିବା ସୂଚନା ମିଳିଛି।

ଏଥିସହିତ ଭୁବନେଶ୍ବର ସିଭ୍‌ଲ କୋର୍ଟରୁ କରୋନାରେ ସଂକ୍ରମିତ ହୋଇଥିବା  କର୍ମଚାରୀଙ୍କୁ ହୋମ୍ ଆଇସୋଲେସନ୍‌ ରହିବାକୁ କୁହାଯାଇଛି। ତାଙ୍କ ସଂସ୍ପର୍ଶରେ ଆସିଥିବା ଅନ୍ୟ କର୍ମଚାରୀ ମାନଙ୍କୁ କୋଭିଡ ଟେଷ୍ଟିଂ କରିବା ପାଇଁ ପରାମର୍ଶ ଦିଆଯାଇଛି। କରୋନା ଲକ୍ଷଣ ପରିଲକ୍ଷିତ ହେଉଥିଲେ ସେଲ୍ଫ କ୍ୟାରେଣ୍ଟାଇନ୍‌ରେ ରହିବା ନିର୍ଦ୍ଧେଶ ଦେଇଛି। ବିଏମ୍‌ସି।

Get real time updates directly on you device, subscribe now.