fbpx

ଭୂପେଶ ବାଘେଲଙ୍କ ପିତାଙ୍କ ନିଧନ, ୨ ଦିନ ପରେ ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲୀ: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପିତା ନନ୍ଦକୁମାର ବାଘେଲଙ୍କ ସୋମବାର ଦେହାନ୍ତ ହୋଇଛି । ମୃତ୍ୟ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ଦିଆଯାଇଛି । ଜାନୁଆରୀ ୧୦କୁ ଭୂପେଶ ତାଙ୍କ ପିତାଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ କରିବା ନେଇ ସୋସିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି । ଆଜି ଅପରାହ୍ନରେ ଭୂପେଶ ଦିଲ୍ଲୀରୁ ରାୟପୁର ପହଞ୍ଚିବେ । ବର୍ତ୍ତମାନ ତାଙ୍କ ଭଉଣୀ ବିଦେଶରେ ଥିବା ଯୋଗଁ ଆସିବାକୁ ସମୟ ଲାଗିବ ବୋଲି ସେ କହିଛନ୍ତି ।

ସୂଚନାରୁ ପ୍ରକାଶ ଯେ ଗତ ତିନି ମାସ ଧରି ନନ୍ଦ କୁମାର ବାଘେଲ ଗମ୍ଭୀର ରୋଗରେ ପୀଡ଼ିତ ହୋଇ ରାୟପୁରର ଶ୍ରୀ ବାଲାଜୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଡାଇବେଟିସ୍ କାରଣରୁ ତାଙ୍କୁ ପାରାଲିସିସ୍ ଆଟାକ ମଧ୍ୟ ହୋଇଥିଲା । ଚିକିତ୍ସା ସମୟରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା । ତେବେ ସ୍ୱାସ୍ଥ୍ୟବସ୍ଥା ଅଧିକ ଗମ୍ଭୀର ହେବାରୁ ସୋମବାର ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ନିକଟରେ ନିର୍ବାଚନ ସମୟରେ ସେ ଭୂପେଶ ତାଙ୍କ ପିତାଙ୍କୁ ଭେଟିଥିଲେ । ବର୍ତ୍ତମାନ ଛତିଶଗଡ଼ ସ୍ଥିତ ପାଟନ୍ ବାସଭବନରେ ନନ୍ଦକୁମାରଙ୍କ ପାର୍ଥୀବ ଶରୀର ରଖାଯାଇଛି । ତାଙ୍କ ବିୟୋଗରେ ସମସ୍ତ ପରିବାର ଓ ରାଜନୈତିକ ବ୍ୟକ୍ତି ବିଶେଷ ଶୋକ ବ୍ୟକ୍ତ କରିଛନ୍ତି । ନନ୍ଦ କୁମାର ବାଘେଲ ଆମ୍ ଜନତା ପାର୍ଟି ଇଣ୍ଡିଆ ସହ ଜଡ଼ିତ ଥିଲେ । ସେ ତାଙ୍କ ବୟାନ ପାଇଁ ସବୁବେଳେ ବିବାଦରେ ରହୁଥିଲେ ।

 

Get real time updates directly on you device, subscribe now.