ନୂଆଦିଲ୍ଲୀ: ଆଫଗାନିସ୍ତାନର ଶାସନ ଭାର ଗ୍ରହଣ କରିଥିବା ତାଲିବାନୀଙ୍କ ଅଡୁଆ ବଢିବାରେ ଲାଗିଛି । ଆମେରିକା ବ୍ୟାଙ୍କର ରହୁଥିବା ଆଫଗାନୀ ଟଙ୍କାକୁ ବ୍ୟବହାର କରି ପାରିବେନି ତାଲିବାନୀ । ଏହି ଆକାଉଣ୍ଟକୁ ଫ୍ରିଜ କରିଦେଲେ ବାଇଡ଼େନ ସରକାର । ଏବେ ଆଫଗାନିସ୍ତାନ ହାତେଇବା ପରେ ତାଲିବାନକୁ ଘାରିଛି ଅର୍ଥ ସଙ୍କଟ । ସୋମବାରର ବୟାନ ପରେ ଆମେରିକା ରାଷ୍ଟ୍ରତି ଜୋ ବାଇଡ଼େନ ଏକ ଚରମ ନିଷ୍ପତ୍ତି ନେଇଛନ୍ତି । ଆମରିକାରେ ଥିବା ଆଫଗାନର ସବୁ ବ୍ୟାଙ୍କ ଆକାଉଣ୍ଟ ଫ୍ରିଜ କରାଯାଇଛି । ତାଲିବାନ କବଜା କରିଥିଲେ ବି ଏବେ ଶାସନ ପାଇଁ ଅର୍ଥରାଶି ଦରକାର । ହେଲେ ବାଇଡ଼େନଙ୍କ ଏହି ନିଷ୍ପତ୍ତିରେ ଆଫଗାନ ଲୋକ ଗୋଟାଏ ବି ଟଙ୍କା ପାଇବେନି । ଆଉ ଏଥିାଇଁ ଏବେ ତାଲିବାନୀଙ୍କ ମୁଣ୍ଡରେ ଚିନ୍ତା ପଶିଛି ।
ଆଫଗାନର ପୂର୍ବ ଅଧିକାରୀଙ୍କ କହିବା ଅନୁଯାୟୀ ଦେଶର କେନ୍ଦ୍ରୀୟ ବ୍ୟାଙ୍କ ଡ଼ିଏବି ପାଖରେ ବିଦେଶୀ ମୁଦ୍ରା ଅଛି । ତା ସହ ସୁନା ଆଉ ଅନ୍ୟାନ୍ୟ ବହୁମୂଲ୍ୟ ସମ୍ପତ୍ତି ଅଛି । ହେଲେ କେତେ କଣ ସମ୍ପତ୍ତି ଅଛି ତାର ସଠିକ ମୂଲ୍ୟାୟନ ହୋଇ ପାରୁନି । ତେଣୁ ଦେଶର ସିଂହଭାଗ ପଇସା ଏବେ ଦେଶ ବାହାରେ ଅଛି ବୋଲି ଅନୁମାନ କରାଯାଉଥିବା ବେଳେ ବାଇଡ଼େନଙ୍କ ଏହି ନିଷ୍ପତ୍ତି ସମସ୍ତଙ୍କୁ ଚକିତ କରିଛି । ଆଇଏମଏଫର ସୂଚନା ଅନୁସାରେ ଏପ୍ରିଲ ଯାଏଁ ଆଫଗାନିସ୍ତାନର କେନ୍ଦ୍ରୀୟ ବ୍ୟାଙ୍କ ପାଖରେ ୯.୪ ଡ଼ଲାର ଅର୍ଥରାଶି ଗଚ୍ଛିିତ ଥିଲା । ଯାହା କି ଦେଶର ଜମା ଅର୍ଥରାଶିର ତିନିଭାଗରୁ ଏକ ଭାଗ ହେବ ବୋଲି ଜଣାପଡ଼ିିଛି । ତେବେ ଆମେରିକାରେ ଆଫଗାନର ସମସ୍ତ ଟଙ୍କା ପଡ଼ିଛି କହିଲେ କିଛି ଭୁଲ ହେବନି । ପୂର୍ବରୁ ୨୦୦୧ ସେପେଟମ୍ବର ୧୧ ହିଂସା ବେଳଠାରୁ ହିଁ ତାଲିବାନ ପ୍ରତିବନ୍ଧିତ ଥିଲା । ତେଣୁ ଏ ଟଙ୍କା ସବୁ ଫ୍ରିଜ କରିବା ଅଧିକାର ଆମେରିକା ପାଖରେ ପୂର୍ବରୁ ଥିଲା । ରାଷ୍ଟ୍ରୀୟ ସୁରକ୍ଷା ପରିଷଦ ଆଉ ଓବାମା ପରିଷଦ ସମୟରେ ବିଦେଶୀ ସମ୍ପତ୍ତି ନିୟନ୍ତ୍ରଣ ର୍କ୍ୟାାଳୟର ନିର୍ଦ୍ଦେଶକଙ୍କ ସିନିଅର କନସଲଟାଣ୍ଟ ଏଡ଼ମ ସ୍ମିଥ ଏକଥା କହିଛନ୍ତି । ଆଫଗାନରେ ତାଲିବାନ ସଂଗଠନ ଶାସନ କରିବାକୁ ଚାହୁଁଥିଲେ ବି ଏବେ ରେଭିନ୍ୟୁ ଅଭାବରୁ କେମିତି ଶାସନ କରିବ ସେହି ଚିନ୍ତାରେ । ତେଣୁ ଆଗକୁ ଶାସନ କରିବାକୁ ତାଲିବାନ କଣ ଦକ୍ଷେ ନେଉଛି ତାହା ହିଁ ଦେଖିବା ବାକି ରହିଲା ।