ୟୁକ୍ରେନକୁ ବାଇଡେନଙ୍କ ଝଟକା: ରୁଷ ସହ ଲଢ଼େଇ ପାଇଁ ସୈନ୍ୟ ପଠାଇବନି ଆମେରିକା

ୱାଶିଂଟନ୍: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଦୁଇ ସପ୍ତାହରୁ ଅଧିକ ଦିନ ଧରି ଯୁଦ୍ଧ ଲାଗି ରହିଛି । ଏହା ଥମିବାର ନାଁ ଧରୁ ନାହିଁ । ବର୍ତ୍ତମାନ ରୁଷିଆ ସହିତ ଲଢ଼େଇ କରିବା ପାଇଁ ୟୁକ୍ରେନକୁ ଆମେରିକା ସୈନ୍ୟ ପଠାଇବନି ବୋଲି ମନା କରି ଦେଇଛି । ଆମେରିକା କୌଣସି ସୈନ୍ୟ ପଠାଇବ ନାହିଁ ବୋଲି ସ୍ପଷ୍ଟ କରିଛି ହ୍ୱାଇଟ୍ ହାଉସ୍ । ତେବେ ପଶ୍ଚିମ ଦେଇ ଗୁଡ଼ିକ ସମେତ ଆମେରିକା ପ୍ରଥମ ଦିନରୁ ଯୁଦ୍ଧକୁ ବିରୋଧ କରିଆସୁଥିଲା କିନ୍ତୁ ଲଢ଼େଇରେ ସହାୟତା କରିବ ନାହିଁ ବୋଲି ସ୍ପଷ୍ଟ କରିବା ପରେ ବିଭିନ୍ନ ମହଲରୁ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଆସିବାରେ ଲାଗିଛି ।

ହ୍ୱାଇଟ୍ ହାଉସ୍ ପକ୍ଷରୁ ଜାରି ହୋଇଥିବା ବୟାନ ମୁତାବକ, ରୁଷିଆ ସହ ଯୁଦ୍ଧ ପାଇଁ ମିଲିଟାରୀ ଟ୍ରୁପ୍ ପଠାଇବାର ଆମର ଉଦ୍ଦେଶ୍ୟ ନାହିଁ । ୟୁକ୍ରେନ ଓ ରୁଷ ମଧ୍ୟରେ ଯୁଦ୍ଧକୁ କିପରି ରୋକାଯାଇ ପାରିବ ତାହା ଆମର ଲକ୍ଷ୍ୟ । ତେବେ ଏହା ଭିତରେ ୟୁକ୍ରେନର ବିଭିନ୍ନ ସହର ଧ୍ୱଂସ ହେବାକୁ ବସିଲାଣି । ଲକ୍ଷ ଲକ୍ଷ ଲୋକ ବର୍ତ୍ତମାନ ଦେଶ ଛାଡ଼ି ପଡୋଶୀ ପ୍ରଦେଶରେ ଯାଇ ଆଶ୍ରୟ ନେଉଛନ୍ତି । ଏପରି ସ୍ଥଳେ ଯୁଦ୍ଧ ନ ରୋକାଗଲେ ପରିସ୍ଥିତି ଆଗକୁ ଜଟିଳ ହେବ ବୋଲି ଆଶା କରାଯାଉଛି ।