fbpx

ବଡ ଦୁର୍ଘଟଣା: ମନ୍ଦିର ପାଣି ଟାଙ୍କିରେ ବୁଡି ୫ଜଣ ଶିଶୁଙ୍କ ମୃତ୍ୟୁ

AAKASH

ତାମିଲନାଡୁ: ଚେନ୍ନାଇରୁ ଏକ ଅତ୍ୟନ୍ତ ଦୁଖଦଃ ଖବର ସାମ୍ନାକୁ ଆସିଛି। ଧର୍ମଲିଙ୍ଗେଶ୍ୱର ମନ୍ଦିରର ପାଣି ଟାଙ୍କିରେ ବୁଡ଼ିଯିବା କାରଣରୁ ପାଞ୍ଚ ଜଣ ପିଲାଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଏହି ଘଟଣାରେ ପୂଜାପାଠ ଚାଲିଥିଲା। ପୋଲିସ ପାଞ୍ଚ ଶିଶୁଙ୍କ ମୃତଦେହ ଉଦ୍ଧାର କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଏହି ଦୁର୍ଘଟଣା କିପରି ଘଟିଲା ଏବଂ ଏହା ପଛର କାରଣ କ’ଣ ଥିଲା, ଏପର୍ଯ୍ୟନ୍ତ ଏହା ସହ ଜଡିତ କୋୖଣସି ସୂଚନା ଜଣାପଡିନାହିଁ। ଏଥି ସହିତ ପୀଡିତାଙ୍କ ପରିବାରର ଲୋକମାନେ କାନ୍ଦିବା ସହ ଖରାପ ପରିସ୍ଥିତିରେ ଗତି କରୁଛନ୍ତି।

କୁହାଯାଉଛି ଯେ, ମନ୍ଦିରରେ କିଛି କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲୁଛି। ଏହି ସମୟରେ ପାଞ୍ଚ ଜଣ ପିଲା ମନ୍ଦିର ପରିସରରେ ଖେଳୁ ଥିବା ଅବସ୍ଥାରେ ପାଣି ଟାଙ୍କିରେ ବୁଡ଼ି ଯାଇଛନ୍ତି। ଘର ଲୋକେ କିଛି ସମୟ ପର୍ଯ୍ୟନ୍ତ ପିଲାମାନଙ୍କୁ ନ ପାଇବା ହେତୁ ଖୋଜାଖୋଜି ଆରମ୍ଭ କରିଦେଇଥିଲେ। ହଠାତ ଟାଙ୍କି ଭିତରେ ଦେଖିବା ପରେ ୫ ଜଣ ପିଲା ଟାଙ୍କିର ପାଣିରେ ଭାସମାନ ଅବସ୍ଥାରେ ଅଛନ୍ତି। ତେଣୁ ଘଟଣାସ୍ଥଳରେ ପୋଲିସକୁ ଡ଼କାଯାଇ ଶିଶୁଙ୍କୁ ଟାଙ୍କି ଭିତରୁ ଉଦ୍ଧାର କରାଯାଇଛି। ମାମଲାର ତଦନ୍ତ ଚାଲିଛି ।

Get real time updates directly on you device, subscribe now.