fbpx

ତାମିଲନାଡୁରେ ବଡ଼ ଦୁର୍ଘଟଣା, ଘରେ ରଖିଥିବା ବାଣ ଫୁଟି ୪ଜଣ ମୃତ, ଅନେକ ଗୁରୁତର

ଚେନ୍ନାଇ: ତାମିଲନାଡୁ ର ନମକ୍କଲ ଜିଲ୍ଲାରେ ଶନିବାର ଦିନ ବିସ୍ଫୋରଣ ଘଟିଛି । ବିଲ୍ଡିଂରେ ବାଣ ଦୋକାନ ବିସ୍ଫୋରଣ ଘଟି ଦୋକାନର ମାଲିକ ଏବଂ ୩ଜଣ ମହିଳା ମିଶି ସମୁଦାୟ ୪ଜଣଙ୍କ ମୃତ୍ୟୁ ଘଟିଛି । ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ଏହି ଦୁର୍ଘଟଣାରେ ଶୋକ ବ୍ୟକ୍ତ କରିଛନ୍ତି ଏବଂ ମୃତକଙ୍କ ପରିବାରକୁ ୨-୨ ଲକ୍ଷ ଟଙ୍କା ଅନୁକମ୍ପା ପ୍ରଦାନ ପାଇଁ ଘୋଷଣା କରିଛନ୍ତି । ଏହା ବ୍ୟତିତ ଗୁରୁତରଙ୍କୁ ୫୦,୦୦୦ ଟଙ୍କା ସହାୟତା ରାଶି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ପୋଲିସ ରିପୋର୍ଟ ଅନୁସାରେ, ମୋହନୁର ପୁରରେ ଭୋର ୪ଟା ସମୟରେ ଅଚାନକ ବିସ୍ଫୋରଣ ଘଟି ଏକ ବିଲ୍ଡଂ କ୍ଷତିଗ୍ରସ୍ତ ହୋଇଛି । ବିସ୍ଫୋରଣ ପରେ ବିଲ୍ଡିଂରେ ନିଆଁ ଲାଗିଯାଇଥିଲା । ସେଠାରେ ଥିବା ଘର ଏବଂ ବିଲ୍ଡିଂର ଲୋକ ଆହତ ହୋଇଛନ୍ତି ।

ନିଆଁ ଲାଗିବା ପରେ ଦମକଳ ଗାଡ଼ି ଆସି ପହଁଚିଥିଲା ଏବଂ ନିଆଁ ଲିଭାଇବା ପାଇଁ ୨ଘଣ୍ଟା ଲାଗିଥିଲା । ଲାଇସେନ୍ସ ଧାରକ ଥିଲ୍ଲଇ କୁମାର ନିଜ ଘରେ ବାଣ ଦୋକାନ କରିଥିଲେ । ଯେଉଁଥିରେ ବଡ଼ ଆକାରରେ ଷ୍ଟକ ରହିଥିଲା । ଏଥିରେ ସେ ନିଜ ୫୫ବର୍ଷିୟ ମାଆ ଏବଂ ପତ୍ନୀଙ୍କ ସହ ମୃତ୍ୟୁ ବରଣ କରିଛନ୍ତି । ସୌଭାଗ୍ୟ ବସତଃ ତାଙ୍କର ଏକ ୪ବର୍ଷିୟ ଝିଅ ବଂଚି ଯାଇଛି । ପୋଲିସ କହିବା ଅନୁସାରେ ଏହି ବିସ୍ଫୋରଣ ପ୍ରଭାବରେ ଜଣେ ୭୦ ବର୍ଷିୟ ବୃଦ୍ଧ ମହିଳାଙ୍କ ମୃତ୍ୟୁ ଘଟିଛି । ଏହି ଘଟଣାରେ ୪ଜଣ ଆହତ ହୋଇଛନ୍ତି ଏବଂ କିଛି ଘର କ୍ଷତିଗ୍ରସ୍ତ ହୋଇଛି ।

ପୋଲିସ ସନ୍ଦେହ ପ୍ରକାଶ କରି କହିଛି ଯେ, ବାଣରେ ମହମବତୀ ଲାଗି ଏହି ଦୁର୍ଘଟଣା ଘଟିଛି । ଏହି ଶୋକାକୂଳକୁ ନେଇ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ପରିବାରକୁ ଶ୍ରଦ୍ଧାଞ୍ଜଳୀ ଦେଇ କହିଛନ୍ତି, ମୁଁ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରୁଛି ଏବଂ ପରିବାର ପ୍ରତି ସମ୍ବେଦନା ବ୍ୟକ୍ତ କରୁଛି । ମୃତକଙ୍କ ପରିବାରକୁ ଅନୁକମ୍ପା ରାଶି ଦିଆଯିବା ସହ ଗୁରୁତରଙ୍କୁ ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି । ଏହା ସହ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.