fbpx

Big Breaking: ବଡ ଦିନରେ ବଡ ଦୁର୍ଘଟଣା, ମୁହାଁମୁହିଁ ପିଟିହେଲା ଦୁଇ କାର୍

ଭୁବନେଶ୍ୱର: ଆଜି ବଡଦିନ ଉପଲକ୍ଷେ ଚାରିଆଡେ ଖୁସିର ମାହୋଲ ଜାରି ରହିଥିବା ବେଳେ ବାଲେଶ୍ୱର ନୀଳଗିରିରୁ ଏକ ଦୁଃଖଦ ଖବର ଆସିଛି । ନୀଳଗିରି ଗରଡିହି ଛକରେ ଏକ ବଡ ଦୁର୍ଘଟଣା ଘଟିଛି । ଏଠାରେ ଦୁଇ କାର୍ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି । ସୂଚନାରୁ ଜଣାପଡିଛି ବଙ୍ଗୀୟ ପର୍ଯ୍ୟଟକ ଦେବକୁଣ୍ଡ ବୁଲିଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ସାମ୍ନା ପଟୁ ଆସୁଥିବା ଆଉ ଏକ କାର୍ ସେମାନଙ୍କ କାର୍‌କୁ ଧକ୍କା ଦେବା ଫଳରେ ଏହି ଦୁର୍ଘଟଣା ଘଟିଛି ।

Get real time updates directly on you device, subscribe now.