fbpx
BJD
BJD SKY
BJD SKY

ଭୁବନେଶ୍ୱର ଯିବା ରାସ୍ତାରେ ବଡ଼ ଦୁର୍ଘଟଣା: ଦ୍ରୁତ ଗତିରେ ଆସି ଚଢ଼ିଗଲା ଟ୍ରକ

ଅନୁଗୁଳ: ଟ୍ରକ ଚଢ଼ି ୩ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ଖବର ଆଜି ସାମ୍ନାକୁ ଆସିଛି । ତେବେ ଏହି ଘଟଣାରେ ଜଣେ ଗୁରୁତର ଥିବା ସୂଚନା ମିଳିଛି । ଘଟଣାଟି ଘଟିଛି ଅନୁଗୁଳ ଜିଲ୍ଲା କିଶୋର ନଗର ବରଗାପାଲି ଅଞ୍ଚଳରେ ।

ସୂଚନା ଅନୁଯାୟୀ, ପ୍ରାଚୀ ନାମକ ଏକ ବସ ସୁନ୍ଦରଗଡ଼ରୁ ଭୁବନେଶ୍ୱର ଆସୁଥିବା ସମୟରେ ବାଟରେ ପଙ୍କଚର ହୋଇଯାଇଥିଲା । ତେବେ ବସରେ ଥିବା ଯାତ୍ରୀମାନେ କିଛି ସମୟ ପାଇଁ ତଳକୁ ଓହ୍ଲାଇ ପଡ଼ିଥିଲେ । ତେବେ ସେମାନେ ରାସ୍ତାରେ ଠିଆ ହୋଇଥିବା ସମୟରେ ହଠାତ ଟ୍ରକ ଆସି ୪ ଜଣ ଯାତ୍ରୀଙ୍କ ଉପରେ ମାଡ଼ିଯାଇଥିଲା ।

ଆହତ ୪ ଜଣଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସିତ ଅବସ୍ଥାରେ ରେଢ଼ାଖୋଲ ଡାକ୍ତରଖାନାରେ ୨ ଜଣ ଏବଂ କିଶୋରନଗରରେ ଜଣଙ୍କର ମୃତ୍ୟୁ ଘଟିଛି । ଅନ୍ୟ ଜଣେ ଆହତ, ଗୁରୁତର ଥିବା ଜଣାପଡ଼ିଛି।

Get real time updates directly on you device, subscribe now.