fbpx

ବଡ ଦୁର୍ଘଟଣା : ଚାଉଳ ମିଲ୍ କୋଠା ଭୁଶୁଡ଼ି ପଡ଼ି ୨ ଜଣଙ୍କ ମୃତ୍ୟୁ ଆଶଙ୍କା, ଭଗ୍ନାବଶେଷ ତଳେ ହୋଇଛନ୍ତି ଆହୁରି ଅନେକ ଶ୍ରମିକ

ନୂଆଦିଲ୍ଲୀ : ମଙ୍ଗଳବାର ସକାଳେ ଦୁଃଖଦ ଖବର ସାମ୍ନାକୁ ଆସିଛି । ଏକ ଚାଉଳ ମିଲ୍ ର ତିନି ମହଲା କୋଠା ଭୁଶୁଡ଼ି ପଡ଼ିଛି । ଯାହା ଫଳରେ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ଚାପି ହୋଇ ରହିଥିବା ବେଳେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ଆଶଙ୍କା କରାଯାଉଛି ।
ସୂଚନାଯୋଗ୍ୟ , ହରିୟାଣାର କର୍ଣ୍ଣଲର ତରୱାଡିରେ ଏକ ବଡ଼ ଦୁର୍ଘଟଣାର ଖବର ଆସିଛି। ଏଠାରେ ଅବସ୍ଥିତ ଶିବ ଶକ୍ତି ନାମକ ଏକ ଚାଉଳ ମିଲର ତିନି ମହଲା କୋଠା ଭୁଶୁଡି ପଡିଛି। କୁହାଯାଉଛି ଯେ ମିଲର ଏହି କୋଠାରେ ୧୦୦ ରୁ ଅଧିକ ଶ୍ରମିକ ଶୋଇଥିଲେ। ଏଭଳି ପରିସ୍ଥିତିରେ ଅନେକ ଶ୍ରମିକ ଭଗ୍ନାବଶେଷ ତଳେ ପୋତି ହୋଇଥିବା ଆଶଙ୍କା କରାଯାଉଛି । ଦୁର୍ଘଟଣାର ତୁରନ୍ତ ଅଗ୍ନିଶମ ବାହିନୀ, ପୋଲିସ, ଆମ୍ବୁଲାନ୍ସ ଏବଂ ସାମାଜିକ ସଂଗଠନ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର‌୍ୟ୍ୟରେ ନିୟୋଜିତ ହୋଇଥିଲେ। ଏସପି ଘଟଣାସ୍ଥଳରେ ଉପସ୍ଥିତ ଅଛନ୍ତି ଏବଂ ମିଲର ମାଲିକଙ୍କୁ ପୋଲିସ ପଚରାଉଚରା କରୁଛି।

Get real time updates directly on you device, subscribe now.