fbpx

ଫସି ରହିଥିବା ଶ୍ରମିକଙ୍କ ପାଇଁ ବଡ଼ ଘୋଷଣା

ନୂଆଦିଲ୍ଲୀ, ୧୯ା୪: କରୋନା ସ୍ଥିତି ନେଇ ଦେଶ ଓ ରାଜ୍ୟ ତାଲାବନ୍ଦ ଥିବା ଯୋଗୁଁ ବହୁ ଶ୍ରମିକ ଫସି ରହିଛନ୍ତି । ସେହି ଫସି ରହିଥିବା ଶ୍ରମିକଙ୍କ ପାଇଁ ଆଜି ଏକ ବଡ଼ ଘୋଷଣା କରାଯାଇଛି । ରାଜ୍ୟ ଭିତରେ ଯିବା ଆସିବା କରି ଦାଦନ ଶ୍ରମିକମାନେ କାମ କରିପାରିବେ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଏନେଇ ଏସଓପି ଜାରି ହୋଇଛି । ଆସନ୍ତାକାଲିଠାରୁ ଏହି ନିୟମ ଲାଗୁ କରାଯିବ । ଶ୍ରମିକଙ୍କୁ ଶିଳ୍ପ, ନିର୍ମାଣ, ଉତ୍ପାଦନ କ୍ଷେତ୍ରରେ ନିୟୋଜିତ କରାଯାଇପାରିବ । କୃଷି ଓ ନରେଗା ମାନେ ମଧ୍ୟ କାର୍ଯ୍ୟ କରିପାରିବେ । ରିଲିଫ କିମ୍ବା ଆଶ୍ରୟସ୍ଥଳୀରେ ଥିବା ଦାଦନ ଶ୍ରମିକ ପଞ୍ଜିକୃତ ହେବେ । ରାଜ୍ୟ ଭିତରେ ଅନ୍ୟ ସ୍ଥାନକୁ ଚାହିଁଲେ ଯାଇପାରିବେ କିନ୍ତୁ ରାଜ୍ୟ ବାହାରକୁ ଯାଇ ପାରିବେ ନାହିଁ । ଲକ୍ଷଣ ନଥିବା ଶ୍ରମିକଙ୍କୁ ସ୍କ୍ରିନିଂ କରି ଏହି ଅନୁମତି ଦିଆଯିବ । ରାଜ୍ୟ ଭିତରେ ଗୋଟେ ଯାଗାରୁ ଅନ୍ୟ ଯାଗାକୁ ବସରେ ଯାତ୍ରା କରିବା ବେଳେ ସାମାଜିକ ଦୂରତା ରଖିବେ । ସେହି ବସଗୁଡ଼ିକୁ ବିଶୋଧନ କରାଯିବ । ସ୍ଥାନୀୟ କର୍ତ୍ତୃପକ୍ଷ ଖାଇବା ଓ ପାଣି ଯୋଗାଇଦେବେ । ଅବରୋଧ ଅଞ୍ଚଳର ଶ୍ରମିକଙ୍କ ପାଇଁ ଏହା ଲାଗୁ ହେବନି ।

Get real time updates directly on you device, subscribe now.