fbpx

ପଶ୍ଚିମବଙ୍ଗକୁ ହଜାରେ କୋଟି

ପଶ୍ଚିମବଙ୍ଗ, ୨୨ା୫: ପଶ୍ଚିମବଙ୍ଗ ପାଇଁ ହଜାରେ କୋଟି ଟଙ୍କାର ସହାୟତା ଘୋଷଣା କରାଯାଇଛି । ଏହି ସହାୟତା ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆଜି ଆକାଶ ମାର୍ଗରୁ ଅମ୍ଫାନ କ୍ଷୟକ୍ଷତି ନେଇ ପଶ୍ଚିମବଙ୍ଗ ପରିଦର୍ଶନ କରିଥିଲେ ପ୍ରଧାନମନ୍ତ୍ରୀ । ଏହାପରେ ଏହି ବଡ଼ ଘୋଷଣା କରିଛନ୍ତି । ପ୍ରାଥମିକ ଭାବେ ସେହି ରାଜ୍ୟକୁ ହଜାରେ କୋଟିର ସହାୟତା ଘୋଷଣା କରିଛନ୍ତି । ଏହାସହ କେନ୍ଦ୍ର ତରଫରୁ ମୃତକଙ୍କ ପାଇଁ ୨ଲକ୍ଷ ଟଙ୍କାର ସହାୟତା ଘୋଷଣା କରାଯାଇଛି । ସେହିପରି ଆହତକଙ୍କ ପାଇଁ ୫୦ହଜାର ଟଙ୍କାର ସହାୟତା ଘୋଷଣା କରିଛନ୍ତି ମୋଦି । ରାଜ୍ୟରେ ତ୍ୱରିତ ସର୍ଭେ ପାଇଁ କେନ୍ଦ୍ରୀୟ ଟିମ୍ ଆସିବ ।ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ଧନଜୀବନ ହାନି ସହ ବହୁ କ୍ଷୟକ୍ଷତି ଘଟାଇଛି ।

Get real time updates directly on you device, subscribe now.