fbpx

ଓଡିଶା ସରକାରଙ୍କ ବଡ଼ ଘୋଷଣା: ଇଲେକ୍ଟ୍ରି ଗାଡ଼ି କିଣିବା ପାଇଁ ୧୫ଲକ୍ଷ ପର୍ଯ୍ୟନ୍ତ ମିଳିବ ଆଡ଼ଭାନ୍ସ

ଭୁବନେଶ୍ୱର: କେନ୍ଦ୍ର ତଥା ରାଜ୍ୟ ସରକାର ରାସ୍ତାରୁ ପେଟ୍ରୋଲ-ଡିଜେଲ ଗାଡ଼ି ହଟାଇବା ପାଇଁ ଇଲେକ୍ଟ୍ରି ଗାଡ଼ି କିଣିବାକୁ ଅନେକ ପ୍ରୋତ୍ସାହିତ କରୁଛନ୍ତି। ଏଥିପାଇଁ ସରକାର ବିଭିନ୍ନ ରିହାତି ମଧ୍ୟ ଦେଉଛନ୍ତ। ଏବେ ଓଡ଼ିଶା ସରକାର ଘୋଷଣା କରିଛନ୍ତି ଯେ, ଇଲେକ୍ଟ୍ରି ଗାଡ଼ି କିଣିବାକୁ ସରକାରୀ ଚାକିରିଆ ମାନଙ୍କୁ ଅଗ୍ରିମ ମିଳିବ। ସରକାର ଏହି ଟଙ୍କା ବିନା ସୁଧରେ ଦେବେ ବୋଲି କହିଛନ୍ତି। ଉଭୟ ଇଲେକ୍ଟ୍ରି କାର କିମ୍ବା ଦୁଇ ଚକିଆ କିଣିବାକୁ ସରକାର ଅଗ୍ରିମ ଦେବେ ଦେବାକୁ ଘୋଷଣା କରିଛନ୍ତି।

ଏହି ଅଗ୍ରିମ ପାଇଁ ସରକାର କିଛି ସୀମା ମଧ୍ୟ ଧାର୍ଯ୍ୟ କରିଛନ୍ତି। ଏହି ସୀମା ଅନୁଯାୟୀ ଗ୍ରୁପ୍-ଏ ବା ବି’ କର୍ମଚାରୀଙ୍କୁ ଇଲେକ୍ଟ୍ରି କାର୍ ପାଇଁ ଆଡଭାନ୍ସ ମିଳିବ। କାର ଦାମର ୭୫% ବା ସର୍ବାଧିକ ୧୫ଲକ୍ଷ ଆଡଭାନ୍ସ ମିଳିବ। ସେହିଭଳି ଗ୍ରୁପ୍ ସି’ ଓ ଡି’ କର୍ମଚାରୀଙ୍କୁ ଦୁଇ ଚକିଆ କିଣିବାକୁ ଆଡଭାନ୍ସ ମିଳିବ। ଏହି ବର୍ଗର କର୍ମଚାରୀଙ୍କ ପାଇଁ ଗାଡି ମୂଲ୍ୟର ୭୫% ବା ସର୍ବାଧିକ ୨ ଲକ୍ଷ ପର୍ଯ୍ୟନ୍ତ ଅଗ୍ରିମ ଦେବାକୁ ସରକାର ଘୋଷଣା କରିଛନ୍ତି। ତେବେ ଜଣେ କର୍ମଚାରୀଙ୍କୁ କେବେଳ ଗୋଟିଏ ଗାଡି ପାଇଁ ଅଗ୍ରିମ ମିଇବ।

ତେବେ ଏହି ଅଗ୍ରିମକୁ ଭରଣା କରିବା ପାଇଁ ସରକାର କିଛି ସମୟ ସୀମା ଧାର୍ଯ୍ୟ କରିଛନ୍ତି। କର୍ମଚାରୀମାନଙ୍କୁ ସର୍ବାଧିକ ୧୦୦ଟି ମାସିକିଆ କିସ୍ତିରେ ଦରମାରୁ ଭରଣା ହେବ। ଇଭି ଆଡଭାନ୍ସ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ନୋଟିସ୍ ପ୍ରକାଶ କରାଯାଇଛି। ତେବେ ପ୍ରକାଶ ପାଇଥିବା ଏହି ଗାଇଡଲାଇନ୍‌ରେ କୁହାଯାଇଛି ଯେ, ବିଦ୍ୟୁତ୍‌ ଗାଡ଼ି କିଣିବା ପାଇଁ ଅଗ୍ରିମ ଟଙ୍କା ନେଇଥିବା କର୍ମଚାରୀ ଯଦି ନିୟମ ଉଲ୍ଲଂଘନ କରନ୍ତି କାର୍ଯ୍ୟାନୁଷ୍ଠାନର ଶିକାର ହେବେ। ଅର୍ଥାତ ଅଗ୍ରିମ ନେଇଥିବା ଅର୍ଥ ଗାଡ଼ି କିଣିବା ପରିବର୍ତ୍ତେ ଅନ୍ୟ ବାବଦକୁ ଖର୍ଚ୍ଚ କଲେ କାର୍ଯ୍ୟାନୁଷ୍ଠାନର ସାମ୍ନା କରିବେ।

Get real time updates directly on you device, subscribe now.