fbpx

ବଡ଼ ଘୋଷଣା, ଖୁବଶୀଘ୍ର ମିଳିବ ‘ସୁଭଦ୍ରା’ର ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା: ୪୭ ଲକ୍ଷ ମହିଳା ହେବେ ଉପକୃତ

ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ସରକାରଙ୍କ ତରଫରୁ ଏକ ବଡ଼ ଘୋଷଣା କରାଯାଇଛି । ଖୁବଶୀଘ୍ର ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ଅବଶିଷ୍ଟ ହିତାଧିକାରୀଙ୍କୁ ଟଙ୍କା ପ୍ରଦାନ କରିବେ ରାଜ୍ୟ ସରକାର । ପ୍ରଥମ ପର୍ଯ୍ୟାୟରେ ‘ସୁଭଦ୍ରା’ ଟଙ୍କା ପାଇନଥିବା ମହିଳାଙ୍କ ଆକାଉଣ୍ଟକୁ ଦ୍ୱିତୀୟ ପର୍ଯ୍ୟାୟରେ ପଠାଯିବ ସୁଭଦ୍ରା ଯୋଜନାର ୫,୦୦୦ ଟଙ୍କା । ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷ ୧୧ ଜଣ ସୁଭଦ୍ରା ଯୋଜନାରେ ସାମିଲ ହୋଇଥିବା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ୪୭ ଲକ୍ଷ ମହିଳା ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଇବେ ରାଜ୍ୟ ସରକାର । ତେବେ ବର୍ତ୍ତମାନ ସୁଦ୍ଧା ୯୫ ଲକ୍ଷ ମହିଳା ହିତାଧିକାରୀ ସୁଭଦ୍ରା ଯୋଜନାରେ ଆବେଦନ କରିଛନ୍ତି । ଏଥିପାଇଁ ଖୁବଶୀଘ୍ର ତାରିଖ ମଧ୍ୟ ଘୋଷଣା କରିପାରନ୍ତି ସରକାର । ଏ ନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ତେବେ କେଉଁଦିନ ମହିଳାମାନଙ୍କୁ ଏହି ଟଙ୍କା ପ୍ରଦାନ କରାଯିବ, ସେ ନେଇ ଖୁବଶୀଘ୍ର ତାରିଖ ଘୋଷଣା ହୋଇପାରେ ।

Get real time updates directly on you device, subscribe now.