ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଏତିକି ତାରିଖ ଭିତରେ କରିପାରିବେ ଭିସା ଆବେଦନ
ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ବ୍ୟବସ୍ଥା, ଜାଣନ୍ତୁ
ନୂଆଦିଲ୍ଲୀ: ଭାରତରେ ରହିଯାଇଥିବା ପାକ୍ ନାଗରିକଙ୍କ ପାଇଁ ବଡ଼ ଖବର। ଏମାନଙ୍କ ପାଇଁ ଏକ ବଡ଼ ବ୍ୟବସ୍ଥା କରାଯାଇଛି। ଏଥିରେ ଏହି ନାଗରିକମାନଙ୍କୁ ଆଶ୍ୱସ୍ତି ମିଳିଛି। ସୂଚନାନୁଯାୟୀ, ମେ’୧୦ରୁ ଜୁଲାଇ ୧୦ ଭିତରେ ପୁନଃ ଭିସା ଆବେଦନ କରିପାରିବେ ଭାରତରେ ରହିଯାଇଥିବା ପାକ୍ ନାଗରିକ।
ଦୀର୍ଘ କାଳୀନ ଭିସା(ଏଲଟିଭି) ପୁନଃ ଆବେଦନ କରିପାରିବେ। eFRRO ପୋର୍ଟାଲ୍ରେ କରିପାରିବେ ଭିସା ଆବେଦନ। ବୈଦେଶିକ ଆଇନ୍ ଆଧାରରେ ଗୃହ ମନ୍ତ୍ରାଳୟ ଏହି ବଡ଼ ନିଷ୍ପତ୍ତି ଗ୍ରହଣ କରିଛି।