fbpx

ଆରମ୍ଭ ହେଲା ବିଗ୍ ବଜାର ହୋମ୍ ଡେଲିଭରି ସେଲ୍, ଘରେ ବସି ପାଆନ୍ତୁ କ୍ୟାସବ୍ୟାକ୍

ଭୁବନେଶ୍ୱର, ୧ା୫ (ଓଡିଶା ଭାସ୍କର): ରାଜ୍ୟରେ କରୋନାକୁ ନେଇ ଲାଗୁ ହୋଇଥିବା କଟକଣା ପାଇଁ ଜନସାଧାରଣ ଅଧିକାଂଶ ସମୟ ଘରେ ରହିବାକୁ ବାଧ୍ୟ ହେଉଛନ୍ତି । ତେଣୁ ଏହି ସମୟରେ ବିଗ୍ ବଜାର ପକ୍ଷରୁ ଆରମ୍ଭ ହୋଇଛି ହୋମ୍ ଡେଲିଭରି ସେଲ୍ । ଆଜିଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଏହି ସେବା ଜାରି ରହିବ । ଉଭୟ ଅଫଲାଇନ୍ ଓ ଅନଲାଇନରେ ଗ୍ରାହକ କ୍ୟାସବ୍ୟାକ୍ ପାଇପାରିବେ । ଗ୍ରାହକମାନେ ୨ ହଜାର ଟଙ୍କାର ସପିଂ କରି ୩୦୦ ଟଙ୍କାର କ୍ୟାସବ୍ୟାକ୍ ଓ ମାଗଣା ହୋମ୍ ଡେଲିଭରି ସେବା ପାଇପାରିବେ ବୋଲି କୁହାଯାଇଛି ।

shop.bigbazaar.com ୱେବସାଇଟରେ ପ୍ରଥମ ଅର୍ଡରରେ ଗ୍ରାହକମାନେ ୧୦୦ ଟଙ୍କାର କ୍ୟାସବ୍ୟାକ୍ ପାଇବେ । ଏଚଡିଏଫସି ବ୍ୟାଙ୍କ ଡେବିଟ କାର୍ଡ ଓ କ୍ରେଡିଟ କାର୍ଡ ବ୍ୟବହାର କଲେ ୫ ପ୍ରତିଶତ ଅତିରିକ୍ତ ରିହାତି ମିଳିବ । ୩୦୦ ଟଙ୍କାର କ୍ୟାସବ୍ୟାକକୁ ଗ୍ରାହକମାନେ ଫ୍ୟୁଚର ପେ ୱାଲେଟରେ ପାଇପାରିବେ । ତେବେ ମାସକୁ ୧୦୦ ଟଙ୍କା ଲେଖାଏଁ ୩ ମାସ ପର୍ଯ୍ୟନ୍ତ କ୍ୟାସବ୍ୟାସ ଆସିବ ବୋଲି ଷ୍ଟୋର ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.