fbpx

ଇଞ୍ଜିନିୟର୍ ହେବାକୁ ଚାହୁଁଥିଲେ ଅମିତାଭ, ୧୨ଟି ଫ୍ଲପ୍ ଫିଲ୍ମ ଦେବାପରେ ବନିଲେ ‘ଶେହନଶାହ’! 

ମୁମ୍ବାଇ: ବଲିଉଡ୍ ଇଣ୍ଡଷ୍ଟ୍ରୀର ମହାନାୟକ ଅମିତାଭ ବଚ୍ଚନ ଆଜି ୭୯ ବର୍ଷରେ ପାଦ ଥାପିଛନ୍ତି । ସେ ଆଲାହାବାଦ୍ ରେ ୧୯୪୨ ଅକ୍ଟୋବର ୧୧ ତାରିଖରେ ଜନ୍ମ ହୋଇଥିଲେ । ଗୋଟିଏ ଛୋଟ ସହରରୁ ଆସି ସେ ଆଜି ପୂରା ଦେଶର ଲୋକଙ୍କ ହୃଦୟରେ ରାଜ୍ କରୁଛନ୍ତି । ସେ ନିଜ କ୍ୟାରିୟର୍ ରେ ଅନେକ ସୋପାନ ଦେଇ ଗତି କରିଛନ୍ତି । ସେ ନିଜ ଫିଲ୍ମ କ୍ୟାରିୟରରେ ଅନେକ ସୁପରହିଟ୍ ଫିଲ୍ମ ସହିତ ଫ୍ଲପ୍ ଫିଲ୍ମର ଦୁଃଖ ସହିଛନ୍ତି । ତାଙ୍କର କେବଳ ଭାରତରେ ନୁହେଁ ବରଂ ଦେଶ ବାହାରେ ମଧ୍ୟ ଅନେକ ଫ୍ୟାନ୍ସ ତଥା ପ୍ରଶଂସକ ରହିଛନ୍ତି । ତେବେ ସେ ଫିଲ୍ମ ଜଗତକୁ ଆସିବା ପୂର୍ବରୁ ଇଞ୍ଜିନିୟର୍ ଏବଂ ଏୟାରଫୋର୍ସରେ ଯିବାକୁ ସ୍ୱପ୍ନ ଦେଖୁଥିଲେ । ହେଲେ ତାଙ୍କ ଭାଗ୍ୟ ଆଉ କିଛି ଚାହୁଁଥିଲେ । ଆଉ ଦେଖୁ ଦେଖୁ ସେ ବଲିଉଡ୍ ଫିଲ୍ମ ଇଣ୍ଡଷ୍ଟ୍ରୀର ମହାନାୟକ ହୋଇଯାଇଥିଲେ । ଏବେ ସେ ହେଉଛନ୍ତି ବଲିଉଡର ସବୁଠାରୁ ସଫଳ ତଥା ଦିଗ୍ଗଜ ଅଭିନେତା ।

ଅଭିନୟ ଦୁନିଆରେ ପାଦ ଥାପିବା ପରଠାରୁ ସେ ୧୨ଟି ଫ୍ଲପ୍ ଫିଲ୍ମ ଦେଇଥିଲେ । ସେ ନିଜର କଣ୍ଠସ୍ୱର ପାଇଁ ଅଲ ଇଣ୍ଡିଆ ରେଡିଓରେ ରିଜେକ୍ଟ ହୋଇଯାଇଥିଲେ । ହେଲେ ତାଙ୍କ ଭାଗ୍ୟ ବୋଧ କିଛି ଅଲଗା ଚାହୁଁଥିଲା । ଫିଲ୍ମ “ଜଂଜୀର୍ ତାଙ୍କ ପାଇଁ ସଫଳତା ଆଣିଦେଲା । ଫିଲ୍ମଟି ବକ୍ସ ଅଫିସ୍ ରେ ସବୁ ରେକର୍ଡ ଭାଙ୍ଗି ଦେଇଥିଲା । ଅଭିତାଭ ଏହାପରେ ଆଉ ପଛକୁ ବୁଲି ଚାହିଁନାହାନ୍ତି ଓ ଏହାପରେ ସେ ଇଣ୍ଡଷ୍ଟ୍ରୀର ଶେହନଶାହ ହୋଇଯାଇଥିଲେ ।

ସେ ଗତ ୫ ଦଶକରୁ ବଲିଉଡ୍ ଉପରେ କବଜା କରିଛନ୍ତି । ଗୋଟେପଟେ ତାଙ୍କ ବୟସର ଅଭିନେତା ମାନେ କେବେ ଠାରୁ ଫିଲ୍ମରୁ ରିଟାୟାରମେଣ୍ଟ ନେଇସାରିଛନ୍ତି । ହେଲେ ଅମିତାଭ ଏବେ ଅର୍ଥାତ୍ ଏ ବୟସରେ ବି ନିଜ ଅଭିନୟ ଦ୍ୱାରା ସମସ୍ତଙ୍କ ମନ ଜିତୁଛନ୍ତି । ନିକଟରେ ତାଙ୍କର ଫିଲ୍ମ ଚେହେରେ ରିଲିଜ୍ ହୋଇଛି । ସେ ବଡ଼ ପରଦା ସହିତ ଛୋଟ ପରଦାରେ ବି ସକ୍ରିୟ ରହିଛନ୍ତି । ତାଙ୍କ ‘କୌନ ବନେଗା କରୋଡପତି’ ସବୁଠାରୁ ଲୋକପ୍ରିୟ ଶୋ ।

Get real time updates directly on you device, subscribe now.