fbpx

ଦକ୍ଷିଣ ଆଫ୍ରିକା ସିରିଜ୍ ପୂର୍ବରୁ ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମେତ ତିନିଜଣ ଖେଳାଳି ବାଦ୍ ପଡିଲେ

ମୁମ୍ବାଇ: ଦକ୍ଷିଣ ଆଫ୍ରିକା ବିପକ୍ଷ ଟି -୨୦ ସିରିଜ୍ ପୂର୍ବରୁ ଭାରତୀୟ ଦଳ ଏକ ବଡ଼ ଧରଣର ଅସୁବିଧାର ସମ୍ମୁଖୀନ ହୋଇଛି। ପିଟିଆଇ ରିପୋର୍ଟ ଅନୁଯାୟୀ ଦଳର ଦୁଇ ତାରକା ଖେଳାଳି ଦୀପକ ହୁଡା ଏବଂ ମହମ୍ମଦ ଶାମି ଆହତ କାରଣରୁ ଏହି ସିରିଜରୁ ବାଦ୍ ପଡିଛନ୍ତି। ଏହା ସହିତ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ବିସିସିଆଇ ବିଶ୍ରାମ ଦେଇଛି, ଏହି ତିନି ଖେଳାଳିଙ୍କ ଅନୁପସ୍ଥିତି ଯୋଗୁଁ ଭାରତ ଆଗାମୀ ସିରିଜରେ ଅସୁବିଧାର ସମ୍ମୁଖୀନ ହୋଇପାରେ।

ପିଟିଆଇ ରିପୋର୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନରେ ଅଲରାଉଣ୍ଡର ଶାହବାଜ ଅହମ୍ମଦ ଦଳରେ ସ୍ଥାନ ପାଇଛନ୍ତି। ଦୀପକ ହୁଡାଙ୍କ ସ୍ଥାନରେ ଶ୍ରେୟସ୍ ଆୟର ଏବଂ ମହମ୍ମଦ ଶାମିଙ୍କ ସ୍ଥାନରେ ଉମେଶ ଯାଦବଙ୍କୁ ଅନ୍ତର୍ଭୁକ୍ତ କରାଯାଇଥିବାବେଳେ ଉମେଶ ଯାଦବ ଦଳ ସହିତ ଥିରୁବନନ୍ତପୁରମରେ ପହଞ୍ଚିଛନ୍ତି। ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷ ଟି-୨୦ ସିରିଜ୍ ରେ ଶାମିଙ୍କ ସ୍ଥାନରେ ଉମେଶ ଯାଦବ ସୁଯୋଗ ପାଇଥିଲେ।

ଦୀପକ ହୁଙ୍କର ପିଠିରେ ଆଘାତ ଲାଗିଛି, ଯେଉଁଥିରେ କ୍ରିକେଟ୍ ବୋର୍ଡ ଅଫ୍ ଇଣ୍ଡିଆ (ବିସିସିଆଇ) ରବିବାର ଏକ ବିବୃତ୍ତି ଜାରି କରି ବିସିସିଆଇ କହିଛି ଯେ ପିଠିରେ ଆଘାତ ହେତୁ ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟି -୨୦ ରେ ଚୟନ ପାଇଁ ଦୀପକ ହୁଡା ଦଳଠାରୁ ଦୂରରେ ରହିଥିଲେ। ଦୀପକ ହୁଡାଙ୍କୁ ଏନସିଏରେ ପୁନଃ ସୁସ୍ଥ ହେବ ପାଇଁ ଯିବାକୁ ପଡିଛି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟି -୨୦ ମ୍ୟାଚ୍ ତିରୁବନନ୍ତପୁରମରେ (ସେପ୍ଟେମ୍ବର ୨୮) ଖେଳାଯିବ। ଏଥି ସହିତ ଗାନ୍ଧୀ ଜୟନ୍ତୀ ଅବସରରେ ଗୁଆହାଟୀ (ଅକ୍ଟୋବର ୨) ଏବଂ ତୃତୀୟ ତଥା ଶେଷ ଟି -୨୦ ମ୍ୟାଚ୍ ଇନ୍ଦୋର (ଅକ୍ଟୋବର ୪) ରେ ଆୟୋଜିତ ହେବ। ତା’ପରେ ଲକ୍ଷ୍ନୌରେ (ଅକ୍ଟୋବର ୬), ରାଞ୍ଚି (ଅକ୍ଟୋବର ୯) ଏବଂ ଦିଲ୍ଲୀ ( ଅକ୍ଟୋବର ୧୧) ଦକ୍ଷିଣରେ ଆଫ୍ରିକା ବିପକ୍ଷରେ ୩ ଟି ଦିନିକିଆ ଅନୁଷ୍ଠିତ ହେବ। ତେବେ ଦିନିକିଆ ସିରିଜ୍ ପାଇଁ ଦଳ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।

 

Get real time updates directly on you device, subscribe now.