fbpx

ଏହି ଦେଶରେ ହୁଏନାହିଁ ସୂର୍ଯ୍ୟାସ୍ତ: ୭୬ ଦିନ ପର୍ଯ୍ୟନ୍ତ ସୂର୍ଯ୍ୟ ହୁଅନ୍ତି ନାହିଁ ଅସ୍ତ….

ନୂଆଦିଲ୍ଲୀ: ଆର୍କଟିକ୍ ସର୍କଲରେ ଏକ ଏଭଳି ଦେଶ ଅଛି, ଯେଉଁଠାରେ ଦୁଇ ମାସ ପାଇଁ ସୂର୍ଯ୍ୟାସ୍ତ ହୁଏ ନାହିଁ । କେବଳ ଦିଗବଳୟ ଠାରେ ଅଟକି ରହିଥାନ୍ତି ସୂର୍ଯ୍ୟ । ରାତି ୧୨ ଟାରେ ମଧ୍ୟ ସେଠାରେ ରହିଥାଏ । ଏଥିପାଇଁ ଏହି ଦେଶକୁ ଲ୍ୟାଣ୍ଡ୍ ଅଫ୍ ମିଡନାଇଟ ସନ (Land of Midnight Sun) ମଧ୍ୟ କୁହାଯାଏ । ତେବେ କ’ଣ ଏହି ଦେଶର ଲୋକେ ଦୁଇ ମାସ ପର୍ଯ୍ୟନ୍ତ ଶୋଇନଥାନ୍ତି? ଦିନ କିମ୍ବା ରାତି କିପରି ଜଣାପଡ଼େ?

ଏହି ଦେଶର ନାମ ହେଉଛି ନରୱେ । ମେ’ ଠାରୁ ଜୁଲାଇ ମଧ୍ୟରେ ପ୍ରାୟ ୭୬ ଦିନ ପର୍ଯ୍ୟନ୍ତ ଏଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ । ପ୍ରକୃତରେ ନରୱେ ପୃଥିବୀର ଏଭଳି ଏକ ସ୍ଥାନରେ ରହିଛି । ଯାହା ପୃଥିବୀର ଉତ୍ତର ଧ୍ରୁବ ପାଖରେ ରହିଛି । ଫଳରେ ଏଠାରେ ଦୁଇ ମାସରେ ସୂର୍ଯ୍ୟାସ୍ତ ହୋଇନଥାଏ ।

ଏମିତି ନୁହେଁ ଯେ କେବଳ ନରୱେ ହିଁ ଏଭଳି ଏକ ଦେଶ ଯେଉଁଠାରେ  ଏମିତି ହୋଇଥାଏ । ଆର୍କଟିକ୍ ସର୍କଲର ନରୱେ, ଫିନଲ୍ୟାଣ୍ଡ୍, ସ୍ୱିଡେନ, କାନାଡାର ନୁନାବୁତ, ଆଇସଲ୍ୟାଣ୍ଡ୍ ଏବଂ ଆଲାସ୍କାର ବରୋରେ ମଧ୍ୟ ଏଭଳି ହୋଇଥାଏ । କିନ୍ତୁ କମ୍ ଦିନ ପାଇଁ । କେବଳ ନରୱେ ରେ ହିଁ ଦୁଇ ମାସ ପର୍ଯ୍ୟନ୍ତ ସୂର୍ଯ୍ୟାସ୍ତ ହୋଇନଥାଏ । ଜୁନରେ ସର୍ବାଧିକ ୪୦ ମିନିଟ୍ ରାତି ହୋଇଥାଏ । କାରଣ ଏହି ସମୟରେ ପୃଥିବୀର ଉତ୍ତରାର୍ଦ୍ଧରେ ୬୬ ଡିଗ୍ରୀ ରୁ ୯୦ ଡିଗ୍ରୀ ଲାଟିଚ୍ୟୁଡ୍ ମଧ୍ୟରେ ରହିଥାଏ ।

ମେ’ ରୁ ଜୁଲାଇ ପର୍ଯ୍ୟନ୍ତ ନରୱେରେ ପ୍ରତିଦିନ ୨୦ ଘଣ୍ଟାର ହୋଇଥାଏ । ଅର୍ଥାତ୍ ୨୦ ଘଣ୍ଟା ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ରହିଥାଏ । କିନ୍ତୁ ଏହା ପରେ ପରିସ୍ଥିତ ବଦଳିଥାଏ । ନରୱେରେ ନଭେମ୍ବର, ଡିସେମ୍ବର ଏବଂ ଜାନୁଆରୀରେ ସଂପୂର୍ଣ୍ଣ ଭାବରେ ଅନ୍ଧାର ରହିଥାଏ । ଏଠାରେ ଏହି ତିନି ମାସରେ ସୂର୍ଯ୍ୟ ଉଦୟ ହୁଅନ୍ତି ନାହିଁ । ସଂପୂର୍ଣ୍ଣ ଭାବରେ ଅନ୍ଧାର ରହିଥାଏ । ନରୱେର କ୍ଷେତ୍ରଫଳ ୩.୮୫ ଲକ୍ଷ ବର୍ଗ କିଲୋମିଟରରୁ ଅଧିକ । ଏଠାରେ ପ୍ରତି ବର୍ଗ କିଲୋମିଟରରେ ୧୪ ଜଣ ରହିଥାନ୍ତି । ଅର୍ଥାତ୍ ସଂପୂର୍ଣ୍ଣ ଜନସଂଖ୍ୟା ୫୪.୨୫ ଲକ୍ଷରୁ ଅଧିକ । ଏହା ଉତ୍ତର ୟୁରୋପରେ ଅବସ୍ଥିତ ।

Get real time updates directly on you device, subscribe now.